ରାଜନୀତି
ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ – Ibnodisha

[ad_1]
ଭୁବନେଶ୍ୱର : ବିଜେପିରେ ମିଶିଲେ ଅମରେନ୍ଦ୍ର ଦାସ । ଜଗତସିଂହପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡିର ଅନ୍ୟତମ ପ୍ରମୁଖ ଆଶାୟୀ ଥିବା ଅମରେନ୍ଦ୍ର ଦାସ ଗତକାଲି ଦଳରୁ ଇସ୍ତଫା ଦେଇଥିଲେ । ଅମରେନ୍ଦ୍ର କହିଛନ୍ତି, ଦୀର୍ଘ ୨୫ ବର୍ଷ ହେଲା ସେ ନିରନ୍ତର ଭାବେ ବିଜେଡି ପାଇଁ କାମ କରି ଆସୁଥିଲେ ମଧ୍ୟ ଦଳ ତାଙ୍କପ୍ରତି ଅବିଚାର କରିଛି। ଯେଉଁମାନେ ପ୍ରକୃତରେ ଦଳ ପାଇଁ କାମ କରୁଛନ୍ତି ସେମାନଙ୍କୁ ବ୍ୟବହାର କରି ଗୋଇଠାମାରି ବିଦା କରାଯାଉଛି। ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହୋଇ, ଓଡ଼ିଶାର ବିକାଶର ନେତୃତ୍ବ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି, ଆଦର୍ଶରେ ପ୍ରଭାବିତ ହୋଇ ସେ ବିଜେପିରେ ମିଶୁଥିବା କହିଛନ୍ତି। ଅନ୍ୟପକ୍ଷରେ, ଅମରେନ୍ଦ୍ରଙ୍କ ସମର୍ଥକମାନେ ବିଜେଡି ବିରୋଧରେ ନାରାବାଜି ଦେଇଛନ୍ତି। ବିଜେଡି ପତାକା, ଗାମୁଛା, ଟୋପି ଓ ଅନ୍ୟ ସାମଗ୍ରୀକୁ ଗଦା କରି ନିଆଁ ଲଗାଇଛନ୍ତି। ବିଜେଡି କରିଥିବା ଅବିଚାରର ଜବାବ ଭୋଟରେ ଦିଆଯିବ ବୋଲି ଘୋଷଣା କରିଛନ୍ତି।
[ad_2]




