ଦେଶ

‘ବିହାରର ସମସ୍ତ ଆସନରେ ଏନ୍‌ଡିଏ ଜିତିବ’ – Ibnodisha

[ad_1]

ପାଟନା: ଲୋକସଭା ନିର୍ବାଚନ-୨୦୨୪ ପାଇଁ ଏବେ ସବୁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏନ୍‌ଡିଏ ମେଣ୍ଟର ଷ୍ଟାର ପ୍ରଚାରକ ଭାବେ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ବିହାରର ଜାମୁଇ ସଂସଦୀୟ କ୍ଷେତ୍ରରେ ଆୟୋଜିତ ଏକ ପ୍ରଚାର କାର୍ଯ୍ୟକ୍ରମରେ ସାମିଲ ହୋଇ ମୋଦୀ, ଚିରାଗ ପାଶୱାନ୍‌ଙ୍କୁ ନିଜ ସାନଭାଇ ବୋଲି ସମ୍ବୋଧିତ କରିଛନ୍ତି । ମୋଦୀ କହିଛନ୍ତି, ଆଜି ସେ ଜାମୁଇ ଆସିଥିବା ବେଳେ ନିଜର ଜଣେ ଅନ୍ତରଙ୍ଗ ବନ୍ଧୁ ‘ରାମବିଳାସ ପାଶୱାନ୍‌’ଙ୍କ ଅନୁପସ୍ଥିତିକୁ ଗଭୀର ଭାବେ ଅନୁଭବ କରୁଛନ୍ତି । କାରଣ ୨୦୧୯ ନିର୍ବାଚନ ସମୟରେ ଯେତେବେଳେ ସେ ଜାମୁଇ ଆସିଥିଲେ ପ୍ରଚାର କରିବା ପାଇଁ ସେତେବେଳେ ରାମବିଳାସ ପାଶୱାନ୍ ତାଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିଲେ । ଆଜି କିନ୍ତୁ ରାମବିଳାସ ପାଶୱାନ୍ ନାହାନ୍ତି, ଏହା ତାଙ୍କ ପାଇଁ ବିଶ୍ୱାସଯୋଗ୍ୟ ମଧ୍ୟ ହୋଇପାରୁନାହିଁ ବୋଲି ମୋଦୀ କହିଛନ୍ତି । ମୋଦୀଙ୍କ କହିବାନୁସାରେ ବିହାରର ପୁଅ, ଦଳିତଙ୍କ ପ୍ରିୟ ନେତା ତଥା ପଦ୍ମଭୂଷଣ ସମ୍ମାନ ପ୍ରାପ୍ତ ରାମବିଳାସ ପାଶୱାନ୍‌ଙ୍କ ଅବର୍ତ୍ତମାନରେ ଏକ ଶୂନ୍ୟସ୍ଥାନ ପୂରଣ ହୋଇଛି, ଯାହାକୁ କେହି ପୂରଣ କରିପାରିବେନି । ତଥାପି ତାଙ୍କ ପୁଅ ଚିରାଗ ଏବେ ଦିବଂଗତ ନେତା ତଥା ତାଙ୍କର ବନ୍ଧୁ ରାମବିଳାସ ପାଶୱାନ୍‌ଙ୍କ ନୀତି ଆଦର୍ଶକୁ ଆଗକୁ ବଢ଼ାଇବାରେ ଏବଂ ବିହାରବାସୀଙ୍କ ଉନ୍ନତି ପାଇଁ ଯେଉଁପ୍ରକାର ପରିଶ୍ରମ କରୁଛନ୍ତି, ତାହା ନିଶ୍ଚିତ ଭାବେ ପ୍ରଶଂସନୀୟ । ଏହି ଅବସରରେ ଜାମୁଇରୁ ଏଲଜେପି ପ୍ରାର୍ଥୀ ହୋଇଥିବା ଅରୁଣ ଭାରତୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରାଇବାକୁ ମୋଦୀ ଉପସ୍ଥିତ ଜନତାଙ୍କୁ ଅନୁରୋଧ କରିଛନ୍ତି । ନିଜ ଭାଷଣ ଆଳରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ବିହାରରେ ସମସ୍ତ ୪୦ଟି ଯାକ ଲୋକସଭା ଆସନରେ ବିଜୟୀ ହେବ ବୋଲି ମୋଦୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ବିହାରରେ ନିର୍ବାଚନ ପ୍ରଚାର ଆରମ୍ଭ ପାଇଁ ସର୍ବପ୍ରଥମେ ଜାମୁଇକୁ ବାଛିଥିବାରୁ ଚିରାଗ, ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ସମସ୍ତ ଆସନ ଜିତିବା ନେଇ ଆଶାବ୍ୟକ୍ତ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button