ଦେଶ

ବୋଟ୍‌କୁ ବାଟଛାଡ଼ିବା ପାଇଁ ୨ ଭାଗ ହୋଇ ଉପରକୁ ଉଠିଥିଲା ‘ଲଣ୍ଡନ୍‌ ବ୍ରିଜ୍‌’; ଆଉ ବନ୍ଦ ନ ହେବାରୁ… – Ibnodisha

[ad_1]

ଲଣ୍ଡନ: ଟେମ୍ସ୍‌ ନଦୀରେ ଯାଉଥିବା ଗୋଟାଏ ବୋଟ୍‌କୁ ବାଟ ଛାଡ଼ିବା ପାଇଁ ଲଣ୍ଡନ୍‌ର ପ୍ରସିଦ୍ଧ ଟାୱାର୍‌ ବ୍ରିଜ୍‌ ଦୁଇ ଭାଗ ହୋଇ ଉପରକୁ ଉଠିଯିବା ପରେ ଆଉ ତଳକୁ ଖସି ବନ୍ଦ ନ ହେବାରୁ ଦେଢ଼ଘଣ୍ଟା କାଳ ସେ ଅଞ୍ଚଳରେ ଟ୍ରାଫିକ୍‌ ଜାମ୍‌ଜନିତ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିବା କଥା ‘ମେଲ୍‌ ଅନ୍‌ଲାଇନ୍‌’ ରିପୋର୍ଟ କରିଛି।

‘ଟାୱାର୍‌ ବ୍ରିଜ୍‌’ ସମୟ ନିର୍ଘଣ୍ଟ ଅନୁସାରେ ଗୁରୁବାର  ଅପରାହ୍ଣ ୧.୧୫ରେ ପୋଲ ତଳ ଦେଇ ଟେମସ୍‌ ନଦୀରେ ‘ସେଲିଙ୍ଗ୍‌ ବାର୍ଜ ଅଡିୟୁ’ ନାମକ ଗୋଟାଏ ବୋଟ୍‌ ଯିବାର ଥିଲା। ସେ ବୋଟ୍‌କୁ ବାଟ ଛାଡ଼ିବା ପାଇଁ ‘ଟାୱାର୍‌ ବ୍ରିଜ୍‌’ ‌ମେଲା ହୋଇ ଉପରକୁ ଉଠିଗଲା, କିନ୍ତୁ ‘ହାଇଡ୍ରୋଲିକ୍‌’ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁଁ ଆଉ ବନ୍ଦ ହେଲା ନାହିଁ।

‘ମେଟ୍ରୋ’ ସମ୍ବାଦପତ୍ର ରିପୋର୍ଟ ଅନୁସାରେ, ଏଥିଯୋଗୁଁ ପ୍ରସିଦ୍ଧ ‘ଟାୱାର୍‌ ବ୍ରିଜ୍‌’ର ଉଭୟ ପାର୍ଶ୍ବରେ ଯାନବାହାନ ଅଟିକବା ଯୋଗୁଁ ଟ୍ରାଫିକ୍‌ ଜାମ୍‌ ହୋଇ ଭୀଷଣ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ‌ପରିଶେଷରେ ପ୍ରାୟ ୩୦ ମିନିଟ୍‌ ପରେ ବ୍ରିଜ୍‌ ତଳକୁ ଖସି ଲାଗିଯିବାରୁ ଅଟକି ରହିଥିବା ଲୋକେ ଆଶ୍ବସ୍ତ ହୋଇଥିଲେ।

ଉଲ୍ଲେଖଯୋଗ୍ୟ, ଟେମ୍‌ସ୍‌ ନଦୀ ଉପରେ ନିର୍ମିତ ଲଣ୍ଡନ୍‌ର ଟାୱାର୍‌ ବ୍ରିଜ୍‌ ହେଉଛି ଲଣ୍ଡନ ନଗରୀର ସବୁଠୁ ପ୍ରସିଦ୍ଧ ଓ ଐତିହାସିକ ସଙ୍କେତବହନକାରୀ ଐତିହ୍ୟ ମଧ୍ୟରେ ଅନ୍ୟତମ। ୧୮୯୪ରେ ଏହି ସେତୁର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ଏହାର ପ୍ରବେଶ ପଥର ପ୍ରସ୍ତ ୨୫୦ ଫୁଟ୍‌ ଓ ଲମ୍ବ ୮୦୦ ଫୁଟ୍‌। ଏହା ଉପରେ ଥିବା ଦୁଇଟି ଯୁଗ୍ମ ଟାୱାର୍‌ର ଉଚ୍ଚତା ୬୧ ମିଟର୍‌।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button