ଦେଶ

ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ କଣ୍ଡୋମ୍‌ କିମ୍ବା ଔଷଧ ନୁହେଁ, ଏହି ଦେଶୀ ଉପାୟ ଆପଣାନ୍ତୁ

ବର୍ତ୍ତମାନର ଯୁବପିଢ଼ି ଜୀବନକୁ ଭଲ ଭାବେ ଜୀଇଁବାକୁ ପସନ୍ଦ କରୁଛନ୍ତି। ଏଣୁ ଚାକିରି ସହ ବ୍ୟକ୍ତିଗତ ଜୀବନକୁ ବି ସମାନ ସମୟ ଦେଉଛନ୍ତି। କେବଳ ଏତିକି ନୁହେଁ ଫ୍ୟାମିଲି ପ୍ଲାନିଂ ମଧ୍ୟ ନିଜ ଅନୁସାରେ କରିବାକୁ ପସନ୍ଦ କରୁଛନ୍ତି। କେବେ ବିବାହ କରିବେ କେବେ ସନ୍ତାନ ଜନ୍ମ କରିବେ ସବୁ ପାଇଁ ସେମାନେ ପୂର୍ବରୁ ପ୍ଲାନିଂ କରୁଛନ୍ତି। ଏଭଳିସ୍ଥିତିରେ ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ ସେମାନେ ମେଡିସିନ୍‌ ଗ୍ରହଣ କରୁଛନ୍ତି। କିନ୍ତୁ ଏସବୁ ଔଷଧର ସାଇଡ୍‌ ଇଫେକ୍ଟ ଦେଖିବାକୁ ମିଳୁଛି। ତେବେ ଆଜି ଆସନ୍ତୁ ଜାଣିବା ଅବାଞ୍ଛିତ ଗର୍ଭଧାରଣ ରୋକିବାର କେତେକ ଘରୋଇ ଉପାୟ…

ଅମୃତଭଣ୍ଡା:

5 Beauty Benefits of Eating Papaya Regularly

ଗର୍ଭଧାରଣ ରୋକିବାକୁ ଅମୃତଭଣ୍ଡାକୁ ଏକ ପାରମ୍ପରିକ ଔଷଧ ରୂପେ ବ୍ୟବହାର କରାଯାଏ। ପୁରୁଷମାନେ ନିୟମିତ ଅମୃତଭଣ୍ଡା ଖାଇ ନିଜ ସ୍ପର୍ମ ସଂଖ୍ୟା କମ୍‌ କରିପାରିବେ। ସେହିଭଳି ମହିଳାମାନେ ମଧ୍ୟ ପ୍ରତିଦିନ ଅମୃତଭଣ୍ଡା ସେବନ କରି ଗର୍ଭଧାରଣ ଆଶଙ୍କାକୁ କମ୍‌ କରିପାରିବେ। ଏହା ଦ୍ୱାରା ଶାରୀରିକ ସମ୍ବନ୍ଧ ବେଳେ ମହିଳାଙ୍କ ଶରୀରରେ ସ୍ପର୍ମ ପ୍ରବେଶ କଲେ ମଧ୍ୟ ଗର୍ଭଧାରଣର ସମ୍ଭାବନା କମ୍‌ ରହିଥାଏ।

ନିମ:

Health Benefits of Neem: Why you must have neem leaves daily in ...

ଅବାଞ୍ଛିତ ଗର୍ଭଧାରଣକୁ ରୋକିବା ପାଇଁ ନିମ ପତ୍ରର ରସ କିମ୍ବା ନିମ ତେଲ ବ୍ୟବହାର କରିପାରିବେ। ନିମ ତେଲ ମହିଳାଙ୍କ ଯୌନାଙ୍ଗରେ ସ୍ପର୍ମକୁ ୩୦ ସେକେଣ୍ଡରେ ହିଁ ମାରି ଦେଇଥାଏ। ଏହା ଆଗାମୀ ୫ ଘଣ୍ଟା ଯାଏଁ ସକ୍ରିୟ ରହିଥାଏ। ଅନ୍ୟପଟେ ଏହା ଶାରୀରିକ ସମ୍ପର୍କ ବେଳେ ଲୁବ୍ରିକାଣ୍ଟ ଭଳି ମଧ୍ୟ କାମ କରିଥାଏ।

ଋତୁସ୍ରାବ ହିସାବରେ ସମ୍ପର୍କ ରଖନ୍ତୁ:

ଅବାଞ୍ଛିତ ଗର୍ଭଧାରଣ ରୋକିବାର ଆଉ ଏକ ସହଜ ଉପାୟ ହେଉଛି ଆପଣ ନିଜ ଋତୁସ୍ରାବ କ୍ୟାଲେଣ୍ଡର ଅନୁସାରେ ସମ୍ପର୍କ ରଖନ୍ତୁ। ମାସିକ ଧର୍ମର ୮ରୁ ୧୮ ଦିନ ପର୍ଯ୍ୟନ୍ତ ମହିଳାଙ୍କ ଫର୍ଟିଲିଟିର ସମ୍ଭାବନା ସବୁଠୁ ଅଧିକ ଥାଏ। ଏହି ସମୟରେ ସମ୍ବନ୍ଧ ରଖିବାରୁ ବିରତ ରୁହନ୍ତୁ।

 

ସ୍ପର୍ମର ପ୍ରବେଶକୁ ରୋକନ୍ତୁ:

ଶାରୀରିକ ସମ୍ପର୍କ ବେଳେ ପୁରୁଷ ପାର୍ଟନର ସ୍ପର୍ମକୁ ମହିଳାଙ୍କ ଶରୀରକୁ ଯିବାକୁ ଦିଅନ୍ତୁ ନାହିଁ। ଏହା ଦ୍ୱାରା ଶୁକ୍ରାଣୁ ସହ ଡିମ୍ବାଣୁ ମିଶିବାର ସୁଯୋଗ ପାଇବ ନାହିଁ। ଫଳରେ ଗର୍ଭଧାରଣର ସମ୍ଭାବନା ଆଦୌ ରହିବ ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button