IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରେ ଚାଲିଥିବା ଆର୍ଥିକ ସମସ୍ୟା ଏବଂ ସମୃଦ୍ଧିକୁ ଏମିତି ଦୂର କରନ୍ତୁ ମହିଳା, ଆପଣାନ୍ତୁ ଏହିସବୁ ଉପାୟ

ଯଦି ଘରେ ଆର୍ଥିକ ସମସ୍ୟା ବଢୁଛି କିମ୍ବା ପରିବାର ସଦସ୍ୟଙ୍କ ମଧ୍ୟରେ ଧନ କିମ୍ବା ପଇସାପତ୍ରକୁ ନେଇ କଳହ ଦେଖାଦେଉଛି, ତେବେ ନିଶ୍ଚିତ ଭାବେ ଆପଣଙ୍କ ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ନିଶ୍ଚିତ ରହିଛି। କିନ୍ତୁ ଏପରି କିଛି ବାସ୍ତୁ ଉପାୟ ରହିଛି, ଯାହାକୁ ଘରର ମହିଳାମାନେ ଆପଣାଇ ଧନ ସମ୍ବନ୍ଧୀୟ ସମସ୍ତ ସମସ୍ୟାକୁ ଦୂର କରିପାରିବେ। ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ…

– ବାସ୍ତୁାାସ୍ତ୍ର ଅନୁଯାୟୀ, ଗୃହର ମୁଖ୍ୟଦ୍ୱାରକୁ ଗୃହମୁଖ ବୋଲି କୁହାଯାଏ। ଏହା ପରିବାରର ଗୃହସ୍ୱାମୀଙ୍କ ଶାଳୀନତା, ସମୃଦ୍ଧି ଏବଂ ବିଦ୍ୱତା ଦର୍ଶାଇଥାଏ। ତେଣୁକରି ସବୁବେଳେ ମୁଖ୍ୟ ଦ୍ୱାରକୁ ଅନ୍ୟ ଦ୍ୱାର ଅପେକ୍ଷା ବଡ ଏବଂ ସୁସଜ୍ଜିତ କରିବା ଉଚିତ। ଏଥିପାଇଁ ମହିଳାମାନେ ଘରର ମୁଖ୍ୟ ଦ୍ୱାରା କଳସ, ନଡିଆ, ଫୁଲ ଏବଂ କଦଳୀ ପତ୍ର କିମ୍ବା ସ୍ୱସ୍ତିକ ଚିତ୍ରରେ ସଜାଇବା ଉଚିତ। ଏମିତି କଲେ ଘରେ ଧନ ଏବଂ ସମୃଦ୍ଧି ରହିଥାଏ।

home

– ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମୁଖ୍ୟ ଦ୍ୱାର ଚର୍ତୁଭୁଜ ହେବା କଥା। ଯାହାକୁ ଏରୁଣ୍ଡିବନ୍ଧ ମଧ୍ୟ କୁହନ୍ତି। ଏମିତି କଲେ ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ। ଏଥିପାଇଁ ମହିଳାମାନେ ପ୍ରତିଦିନ ସକାଳୁ ଉଠିବା ପରେ ମୁଖ୍ୟଦ୍ୱାରରେ ପାଣି ପକାଇ ଓଳାଇବା ଉଚିତ। ଏପରି ନିୟମିତ କରିବା ଘରେ ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ।

money

– ବାସ୍ତୁଶାସ୍ତ୍ର ଅନୁସାରେ ଗୃହିଣୀ ସକାଳୁ ସର୍ବପ୍ରଥମେ ଘରକୁ ସଫା କରିବା ଉଚିତ। ଏହାପରେ ଗାଧୋଇବା ପରେ ଘରର ମୁଖ୍ୟଦ୍ୱାରରେ ନିଜ ସାମର୍ଥ୍ୟ ଅନୁସାରେ ରଙ୍ଗୋଲି କରିବା ଉଚିତ। ଯାହା ଘରକୁ ନକାରାତ୍ମକ ଶକ୍ତିକୁ ପ୍ରବେଶ କରିବାକୁ ଦିଏନାହିଁ। ମୁଖ୍ୟ ଦ୍ୱାରରେ କେଶର, ନୀଳ ଏବଂ ହଳଦିଆ ରଙ୍ଗର ରଙ୍ଗୋଲି କରିବା ଉଚିତ।

rongoli

– ରୋଷେଇ ଘର ସର୍ବଦା ସଫା ରହିବା ଆବଶ୍ୟକ। ଘରର ମହିଳା ମା’ ଅନ୍ନପୂର୍ଣ୍ଣା ଏଠାରେ ବାସ କରନ୍ତି। ଏମିତି କରିବା ଦ୍ୱାରା ଧନ- ସମୃଦ୍ଧି ମଧ୍ୟ ବୃଦ୍ଧି ପାଇଥାଏ। ଏହାଛଡା ରୋଷେଇ କରିଥିବା ପ୍ରଥମ ରୁଟି ଗାଈ, ଦ୍ୱିତୀୟ ପକ୍ଷୀ ଏବଂ ତୃତୀୟ କୁକୁର ପାଇଁ ନିୟମିତ ବନାନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button