IBN ଓଡ଼ିଶା ବ୍ୟୁରୋ

ଖରାଦିନେ ଏହି ଉପାୟରେ ସେବନ କରନ୍ତୁ ଦହି, ହାର୍ଟ ସମେତ ଅନ୍ୟ ସମସ୍ୟା ହେବ ଦୂର

ଖରାଦିନେ ପେଟ ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର କରିବାରେ ଦହି ବେଶ୍ ସହାୟକ ହୋଇଥାଏ। ଏଣୁ ଗ୍ରୀଷ୍ମଋତୁରେ ଭୋଜନରେ ଦହିକୁ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଘୋଳ ଦହି, ମିଠାଦହି କିମ୍ବା ଦହି ପଣା ପିଇବା ବେଳେ ସେଥିରେ ଭଜା ଜିରା ନିହାତି ପକାନ୍ତୁ। ଏହା ଦ୍ୱାରା ଦହିର ଗୁଣବତ୍ତା ବଢିଯାଏ। ଆସନ୍ତୁ ଜାଣିବା ଦହି କିଭଳି ଭାବେ ପେଟ ସମ୍ଭନ୍ଧୀୟ ସମସ୍ୟା ଦୂର କରେ…

Roasted Cumin Seed And Curd: रोजाना करें दही और ...

ଭୋକ ଲାଗୁନଥିଲେ ପ୍ରତିଦିନ ଦହିରେ ଭଜା ଜିରା ପକାଇ ଖାଆନ୍ତୁ। ଏହା ଦ୍ୱାରା ପେଟ ସମ୍ଭନ୍ଧୀୟ ସମସ୍ୟା ଦୂର ହେବ ଓ ଭୋଜନ କରିବା କ୍ଷମତା ବଢ଼େ। ପତଳା ଶରୀରକୁ ନେଇ ଚିନ୍ତିତ ଥିବା ବ୍ୟକ୍ତି ଏହି ଉପାୟ ଆପଣାଇ ସୁଡୋଲ ଶରୀର ପାଇପାରିବେ।

କୋଷ୍ଠକାଠିନ୍ୟ ସମସ୍ୟା ଦେଇ ଗତି କରୁଥିବା ବ୍ୟକ୍ତି ଦହି ସହ ଭଜା ଜିରା ଖାଇଲେ ଏହି ଅସୁବିଧାରୁ ମୁକ୍ତି ମିଳିବ। ଉଭୟ ଦହି ଓ ଜିରାରେ ପ୍ରଚୁର ପରିମାଣରେ ଫାଇବର ରହିଥାଏ, ଯାହା ପାଚନ କ୍ରିୟାକୁ ତ୍ୱରାନ୍ୱିତ କରେ।

Cumin: 6 health benefits

ଦହିରେ ଥିବା ଲାକ୍ଟୋବାସିଲସ ବ୍ୟାକ୍ଟେରିଆ ପେଟର ଅନ୍ତଃକୁ ପରିଷ୍କାର ରଖେ ଓ ମଜଭୁତ ରଖିବାରେ ସାହାଯ୍ୟ କରେ। ଫଳରେ ଖାଦ୍ୟ ଠିକ ଭାବେ ହଜମ ହୁଏ।

ଦହି ଖାଇବା ଦ୍ୱାରା ହାର୍ଟ ସମ୍ବନ୍ଧୀୟ ରୋଗ ମଧ୍ୟ ଭଲ ହୋଇଥାଏ। କୋଲୋଷ୍ଟ୍ରଲ ମାତ୍ରାକୁ କମାଇବାରେ ଏହା ସାହାଯ୍ୟ କରେ। ଏଥିସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button