ପ୍ରକୃତ ପ୍ରେମର ପରିଭାଷା କଣ ଅଟେ ?
ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସଚ୍ଚା ପ୍ରେମର ପରିଭାଷା ବିଷୟରେ କହିବାକୁ ଯାଉଛୁ । ସଂସାରରେ ଏମିତି କେହି ନାହନ୍ତି ଯିଏ କି ପକ୍ଷୀ ମାନଙ୍କୁ ଦେଖି ନାହାନ୍ତି କି ତାଙ୍କର ବସା କି ତାଙ୍କ ଛୁଆଙ୍କୁ ଭୋଜନ କରାଇବାର ଦେଖି ନାହାନ୍ତି । ପକ୍ଷୀ ମାନେ ନିଜର ବସା ଗଛରେ କରିବା ସହ ଆହାର ଖୋଜିବା ପାଇଁ ଦୂର ଦୂରକୁ ଯାଇଥାନ୍ତି । ଆଉ ନିଜ ସନ୍ତାନଙ୍କ ପାଇଁ ଖାଦ୍ୟ ଅନ୍ଵେଷଣ କରି ଆଣି ଥାନ୍ତି ।
ନିଜେ ମା ହୋଇ ଭୋକିଲା ରହିଥାନ୍ତି ନିସ୍ଵାର୍ଥପର ଭାବେ । ଆଉ ଯେବେ ସନ୍ତାନଙ୍କ ପର ବାହାରି ଆସିଯାଏ ମା ଭାବେ ନିଜ ସନ୍ତାନକୁ ଉଡାଇବା ଶିଖାଇ ଥାନ୍ତି । ଆଉ ତା ପରେ ଜୀବନରେ ସ୍ଵତନ୍ତ୍ରତା ଦେଇଥାନ୍ତି ନିଜ ସନ୍ତାନ କୁ ଜୀବନ ବଞ୍ଚିବା ପାଇଁ । ଆକାଶରେ ଉଡାଣ ଭରିବା ପାଇଁ ମା ପକ୍ଷୀ ନିଜ ସନ୍ତାନ କୁ ସ୍ଵାଧୀନତା ଦେଇଥାଏ ।
କିନ୍ତୁ ଆମେ ମଣିଷ ମାନେ ଯେବେ ପିଲା ମାନେ ବଡ ହୋଇ ଯାଇଥାନ୍ତି ସେତେବେଳେ ଆମେ ତାଙ୍କୁ ବାନ୍ଧି ଦେଇଥାଉ । ଏମିତି ଭାବିଥାଉ କି ଆମ ପିଲା ଆମ ଠାରୁ ଦୂରେଇ ଯିବେ । ଏମିତି ସ୍ଥିତିରେ ମାତା ପିତା ଙ୍କର ଭଲ ପାଇବା ନିଜ ଛୁଆ ଙ୍କ ପ୍ରତି ଥାଏ । କିନ୍ତୁ ଏହି ଭଲ ପାଇବାରେ ମୋହ ଆସି ଯାଇଥାଏ ଯାହା ମାତା ପିତାଙ୍କୁ ଭାରି ପଡିଯାଏ ।
ଯାହା ଦ୍ଵାରା ସନ୍ତାନ ଙ୍କ ଭବିଷ୍ୟତରେ ବାଧା ସୃଷ୍ଟି କରିଥାଏ । ଆମେ ଭୁଲି ଯାଇଥାଏ ମଣିଷ ନିଜ ଛୁଆକୁ ଜନ୍ମ ଦେଇଥାଏ ତାର ଭାଗ୍ୟ ଦିଏ ନ ଥାଏ । କାରଣ ଭାଗ୍ୟ ପୂର୍ବରୁ ଲେଖା ହୋଇ ରହିଥାଏ । ତେଣୁ ଯେବେ ପ୍ରେମରେ ମୋହ ର ଭାବନା ଆସିଯାଏ ତାହା ପ୍ରେମ ନୁହେଁ ସ୍ଵାର୍ଥ ବନି ଯାଏ । ତେଣୁ ପ୍ରେମ କୁ ସର୍ବଦା ସାଉଁନ୍ଟି ରଖିବା ଉଚିତ । ଆଉ ମୋହକୁ ନିଜ ଠାରୁ ଦୂରେଇ ରଖିବା ଉଚିତ । କାରଣ ଯାହାକୁ ଆମେ ପ୍ରେମ କରିଥାଉ ତାର ବିକାଶ ରୋକିବା ଉଚିତ ନୁହେଁ ।
ପ୍ରେମ ସଂସାର ସବୁଠାରୁ ପବିତ୍ର ବନ୍ଧନ ଅଟେ ନ। କିନ୍ତୁ ପ୍ରକୃତ ସତ କଥା ହେଉଛି ଏହି ବନ୍ଧନ ରୁ ମୁକ୍ତି ପାଇବା ହେଉଛି ସ୍ଵତନ୍ତ୍ରତା । ଏହାର ଅର୍ଥ ଏହା କି ଯଦି ଆପଣ ଯାହାଙ୍କୁ ଭଲ ପାଉଛନ୍ତି ଆଉ ସେ ଗ୍ରହଣ କରୁ ନାହାନ୍ତି ବା କେହି ଆପଣଙ୍କର ପ୍ରେମ ବୁଝିପାରୁ ନାହିଁ ତେବେ ମନ ଉଦାସ ହେବ । କେହି କେହି ଛଳ କରି ପ୍ରେମକୁ ହାସଲ କରିବେ ତ ଆଉ କେହି ବଳ ପୂର୍ବକ ପ୍ରେମକୁ ଅଧିକାର କରିବାକୁ ଚାହିଁବେ ।
ଆବଶ୍ୟକ ନୁହେଁ କି ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ବି ଆପଣଙ୍କୁ ପ୍ରେମ କରିବେ । କାରଣ ପ୍ରେମ ବସ୍ତୁ, ରାଜ୍ୟ, ଧନ ନୁହେଁ ଯାହାକୁ ମଣିଷ ବଳପୂର୍ବକ ହାସଲ କରିବ । ପ୍ରେମେ ଏମିତି ଏକ ଶକ୍ତି ଯାହା ସବୁ ବନ୍ଧନରେ ରୁହେ ନାହିଁ । ନିସ୍ଵାର୍ଥ ଭାବେ ସର୍ବଦା ପ୍ରେମ କରିବା ଉଚିତ ।