IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀରରେ ପ୍ରୋଟିନକୁ ପୂରଣ କରିବ ପୁଦିନା ପନୀର ପରାଠା, ଏମିତି କରନ୍ତୁ ପ୍ରସ୍ତୁତ

ଜଳଖିଆ ଖାଇବା ପାଇଁ ଘରେ ଅନେକ ପ୍ରକାର ପରାଠା ଆମେ ପ୍ରସ୍ତୁତ କରିଥାଉ। କିନ୍ତୁ କେବେ ଆପଣ ପୁଦିନା ପନୀର ପରାଠା ପ୍ରସ୍ତୁତ କରି ଖାଇଛନ୍ତି କି। ଏହି ପରାଠା ପ୍ରୋଟିନରେ ପରିପୂର୍ଣ୍ଣ ହୋଇଥାଏ। ଏହା ସ୍ୱାଦ ସହିତ ଶରୀରକୁ ପୋଷକ ତତ୍ତ୍ୱ ଦେଇଥାଏ। ଆସନ୍ତୁ ଜାଣିବା କିପରି କରିବା ପ୍ରସ୍ତୁତ…

pa

ଆବଶ୍ୟକ ସାମଗ୍ରୀ :

ଅଟା: ୨୫୦ ଗ୍ରାମ
ପନୀର: ୨୫୦ ଗ୍ରାମ(ଗ୍ରେଟ୍‌ ହୋଇଥିବା)
ପୁଦିନା ପତ୍ର : ୧ କପ୍‌
ଲହୁଣୀ : ୨ ଟେବୁଲସ୍ପିନ
ଜିରା ପାଉଡର: ୧ ଚାମଚ
ଲଙ୍କା ପାଉଡର : ୧ ଚାମଚ
ଲୁଣ: ସ୍ୱାଦନୁସାରେ
ତେଲ: ସେକିବା ପାଇଁ
ଚଟଣୀ : ୧ ଟେବୁଲସ୍ପୁନ
କ୍ୟାଚଅପ୍‌: ୧ ଟେବୁଲସ୍ପୁନ

paratha

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଅଟାରେ ଲୁଣ, ଜିରା ଏବଂ ତେଲ ପକାଇ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଏକ ଅଲଗା ପାତ୍ରରେ ପନୀର, ପୁଦିନା, ଚଟଣୀ, କ୍ୟାଚଅପ୍‌, ଲଙ୍କା ପାଉଡର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ପ୍ରସ୍ତୁତ ହୋଇଥିବା ଅଟାକୁ ଛୋଟ ପରାଠା ଆକାରରେ ବେଲିଦିଅନ୍ତୁ। ସେଥିରେ ପ୍ରସ୍ତୁତ ପନୀର ମିକ୍ସଚରକୁ ଭରିଦେଇ ପୁଣି ଥରେ ପରାଠା ଆକାରରେ ବେଲି ଦିଅନ୍ତୁ। ଏବେ ଗ୍ୟାସ୍‌ରେ ତାଓ୍ଵା ବସାଇ ପରାଠାକୁ ଲହୁଣୀ ଲଗାଇ ସେକି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମ ଗରମ ପୁଦିନା ପନୀର ପରାଠା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button