ଦେଶ

ଗରମରେ ଶରୀରକୁ ସୁସ୍ଥ ରଖିବ ପୁଦିନା, ଜାଣନ୍ତୁ କିପରି କରିବେ ବ୍ୟବହାର

ଗରମ ଦିନରେ ନିଜର ସ୍ୱାସ୍ଥ୍ୟକୁ ସଠିକ୍‌ ରଖିବା ନିତାନ୍ତ ଆବଶ୍ୟକ। ଖାସ୍‌ କରି ଆପଣଙ୍କ ଖାଦ୍ୟଶୈଳୀ। ସଠିକ୍‌ ଖାଦ୍ୟପେୟ ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଗରମ ଦିନରେ ପୁଦିନାକୁ ଅମୃତ ସଦୃଶ ହୋଇଥାଏ। ଶରୀରରେ ଥଣ୍ଡା ପ୍ରଦାନ କରିବା ସହ ଗରମରୁ ରକ୍ଷା କରିଥାଏ ପୁଦିନା। ଆପଣ ପୁଦିନାର ଅନେକ ବ୍ୟବହାର ଜାଣିଥିବେ। ଏହାକୁ ଖାଦ୍ୟରେ ବ୍ୟବହାର କରିଥିବେ। କିନ୍ତୁ ଏହିସବୁ ଉପାୟ କରି ଆପଣ ଗରମରୁ ରକ୍ଷା ପାଇପାରିବେ।

– ଗରମ ଦିନରେ ଭୋକ ବହୁତ କମ୍‌ ଲାଗିଥାଏ। ଏମିତିରେ ପୁଦିନା ଚଟଣୀ ବହୁତ କାମରେ ଆସିଥାଏ।

pani

– ଯଦି ଆପଣଙ୍କର କାଶ ହେଉଥାଏ, ତେବେ ପୁଦିନା ଏବଂ ଅଦା ରସରେ ଅଳ୍ପ ମହୁ ମିଶାଇ ଖାଇଦିଅନ୍ତୁ। ଏପରି କରିବା ଦ୍ୱାରା କାଶ ଠିକ୍‌ ହୋଇଯାଏ।

– ଯଦି ଆପଣଙ୍କର ହାକୁଟି ହେଉଥାଏ, ତେବେ ପୁଦିନାରେ ଅଳ୍ପ ଚିନି ମିଶାଇ ଧୀରେ ଧୀରେ ଚୋବାନ୍ତୁ। ଆପଣଙ୍କ ଏହି ସମସ୍ୟା ଦୂର ହେବ।

– ଗରମ ଦିନରେ ଜଣ୍ଡିସ ହେବାର ଅଧିକ ଆଶଙ୍କା ଥାଏ। ଗରମରେ ପୁଦିନା ଖାଇବା ଦ୍ୱାରା ଏପରି ରୋଗରୁ ରକ୍ଷା ମିଳିପାରିବ।

pudian 1

– ପୁଦିନା ପେଟ ପାଇଁ ଲାଭଦାୟକ ହୋଇଥାଏ। ଏଥିପାଇଁ ଗରମ ଦିନରେ ପେଟ ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ଖାଆନ୍ତୁ ପୁଦିନା।

– ଖରାଦିନେ ପାଦ ପୋଡିବା ସମସ୍ୟା ଅନେକ ଲୋକଙ୍କର ରହିଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପୁଦିନାକୁ ଫ୍ରିଜରେ ରଖି ପେଷ୍ଟ କରି ପାଦରେ ଲଗାନ୍ତୁ ଆରାମ ମିଳିବ।

– ଗରମରେ ଲୁ ରୁ ବଞ୍ଚିବା ପାଇଁ ପୁଦିନା ପାଣି, ଦହି, କଞ୍ଚା ଆମ୍ବ ମିଶାଇ ପିଇଲେ ଆରାମ ମିଳିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button