ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀଙ୍କୁ ଏଲନ ମସ୍କଙ୍କ ପ୍ରଶଂସା – Ibnodisha

[ad_1]
ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବା ଜଣେ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ବିବେକ ରାମାସ୍ବାମୀଙ୍କୁ ଟେସ୍ଲା ଓ ଏକ୍ସ ମାଲିକ ଏଲନ ମସ୍କ ପ୍ରଶଂସା କରିଛନ୍ତି। ରିପବ୍ଲିକାନ୍ ନେତା ରାମାସ୍ବାମୀଙ୍କ ଏକ ଟେଲିଭିଜନ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖି ମସ୍କ ତାଙ୍କୁ ଆମେରିକା ରାଷ୍ଟ୍ରପତି ପଦ ପାଇଁ ଜଣେ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି। ରାମାସ୍ବାମୀଙ୍କ ପ୍ରାର୍ଥିତ୍ବକୁ ମସ୍କ ଉତ୍ସାହଜନକ ଏବଂ ରାଷ୍ଟ୍ର ହିତ ପାଇଁ ଶୁଭଙ୍କର ବୋଲି କହିଛନ୍ତି। ମସ୍କଙ୍କ ଏଭଳି ପ୍ରଶଂସା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଷ୍ଣତା ବଢ଼ାଇ ଦେଇଛି। ୩୭ ବର୍ଷୀୟ ରାମାସ୍ବାମୀ ହେଉଛନ୍ତି ଆମେରିକାରେ ସବୁଠାରୁ କନିଷ୍ଠ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ। ରାମାସ୍ବାମୀ ଏକ ସାକ୍ଷାତକାରରେ କହିଥିଲେ ଯେ ଚୀନ୍ ଆମେରିକାର ପ୍ରମୁଖ ବ୍ୟବସାୟୀଙ୍କୁ କଣ୍ଢେଈ ଭାବେ ବ୍ୟବହାର କରି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଚାହୁଛି। ରାମାସ୍ବାମୀ କହିଥିଲେ ସି ଜିନପିଙ୍ଗ ହେଉଛନ୍ତି ଜଣେ ଏକଛତ୍ରବାଦୀ ଶାସକ ଏବଂ ଆମେରିକା ସାମ୍ନା କରୁଥିବା ସବୁଠୁ ବଡ଼ ବିପଦ ହେଉଛି ଚୀନ୍। ରାମାସ୍ବାମୀ କହିଛନ୍ତି, ସେ କ୍ଷମତାକୁ ଆସିଲେ ବେଜିଂରେ ବ୍ୟବସାୟ କରୁଥିବା ଅଧିକାଂଶ ଆମେରିକା କମ୍ପାନିକୁ ନିଷିଦ୍ଧ କରିବେ। ତାଙ୍କର ଏଭଳି ଦୃଢ଼ୋକ୍ତିରେ ମସ୍କ ପ୍ରଭାବିତ ହୋଇଥିବା କୁହାଯାଉଛି ।
[ad_2]




