IBN ଓଡ଼ିଶା ବ୍ୟୁରୋ

ଆପଣ ଜୁନ୍ ମାସରେ ଜନ୍ମ ହୋଇଛନ୍ତି କି? ଜାଣନ୍ତୁ କିପରି ହୋଇଥାଏ ସ୍ବଭାବ

ସାଧାରଣତଃ ଲୋକମାନେ ବିଭିନ୍ନ ମାସରେ ଭିନ୍ନ ଭିନ୍ନ ସମୟରେ ଜନ୍ମ ହୋଇଥାନ୍ତି। ସେହିଭଳି ଜୁନ୍ ମାସରେ ଜନ୍ମ ହୋଇଥିବା ବ୍ଯକ୍ତି ଖାସ୍ ହୋଇଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ସ୍ବଭାବ ଅନ୍ଯମାନଙ୍କ ଠାରୁ କିଛି ଅଲଗା ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ମାସରେ ଜନ୍ମ ହୋଇଥିବା ବ୍ଯକ୍ତି କିଭଳି ହୋଇଥାନ୍ତି।

bornଜ୍ଯୋତିଷଙ୍କ କହିବାନୁଯାୟୀ ଜୁନ୍ ମାସରେ ଜନ୍ମ ହୋଇଥିବା ବ୍ଯକ୍ତି ଜିଦ୍ ପ୍ରକ୍ତିର ହୋଇଥାନ୍ତି। ଏହି ବ୍ଯକ୍ତିମାନେ ସର୍ବଦା ନିଜ କଥାରେ ଅଟଳ ରହିଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ଯକ୍ତି ଜିଦଖୋର ଏବଂ ରୁକ୍ଷ ସ୍ବଭାବର ହୋଇଥାନ୍ତି। ଏଭଳି ପ୍ରକ୍ତି କାରଣରୁ ସେମାନେ ନିଜର କ୍ଷତି କରିଥାନ୍ତି, ଯାହା ପଛରେ ପଶ୍ଚ୍ଯାତାପ କରିବାକୁ ପଡିଥାଏ। ଝଗଡା କିମ୍ବା କୌଣସି ଗଣ୍ଡଗୋଳ କ୍ଷେତ୍ରରେ ଏହି ବ୍ଯକ୍ତିମାନେ ପଛକୁ ହଟିନଥାନ୍ତି। ଏପରିକି ରାଗିବା ସମୟରେ ଏମାନଙ୍କର ନିଜ ଉପରେ ନିୟନ୍ତ୍ରଣ ନଥାଏ। ବିନା କିଛି ନଭାବି ସାମ୍ନାରେ ଥିବା ଲୋକଙ୍କ ଆଗରେ କିଛି ବି କହିଥାନ୍ତି।

june-ଏହି ମାସରେ ଜନ୍ମ ହୋଇଥିବା ବ୍ଯକ୍ତିଙ୍କ ଭିତରେ ଅନେକ ଗୁଣ ଲୁଚି ରହିଥାଏ। ଏମାନେ ଖାଦ୍ଯ ପ୍ରସ୍ତୁତ କରି ସମସ୍ତଙ୍କୁ ଖୁଆଇବାରେ ସୌକ୍ ରଖିଥାନ୍ତି। ମନରୁ ବଡ ବିଚିତ୍ର ହୋଇଥାନ୍ତି। ସେହିଭଳି ଏମାନେ ଲୁଚି ଲୁଚି ରୋମାନ୍ସ କରିଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ନେଇ ସର୍ବଦା ଦ୍ବନ୍ଦରେ ରହିଥାନ୍ତି।

June-1ଏହି ମାସରେ ଜନ୍ମ ହୋଇଥିବା ବ୍ଯକ୍ତି କୁଶଳ ଅଧିକାରୀ, କାଉନସିଲର, ମ୍ଯାନେଜର, ଶିକ୍ଷକ କିମ୍ବା ଡାକ୍ତର ହୋଇଥାନ୍ତି। ଏହି ମାସରେ ଜନ୍ମ ହୋଇଥିବା ବ୍ଯକ୍ତି ରାଜନୀତି କ୍ଷେତ୍ରରେ ମଧ୍ଯ ଆଗ୍ରହ ରଖିଥାନ୍ତି। ଏମାନେ ନିଜେ ଆତ୍ମନିର୍ଭରଶୀଳ ହୋଇଥାନ୍ତି। ଏହିଭଳି ବ୍ଯକ୍ତିମାନେ ଯାହାକୁ ଥରେ ଦୋଷୀ ଭାବିଥାନ୍ତି ତାଙ୍କୁ କେବେ ବି କ୍ଷମା କରିନଥାନ୍ତି।
ଏଭଳି ବ୍ଯକ୍ତିମାନେ ହୃଦୟରୁ ମଧ୍ଯ ଭଲ ହୋଇଥାନ୍ତି। ବାସ୍ତବରେ ଏମାନେ ଅନେକ ଚିନ୍ତା କରି ନିଷ୍ପତି ନେଇଥାନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button