IBN ଓଡ଼ିଶା ବ୍ୟୁରୋ

ଏହି ସବୁ ରାଶିର ବ୍ୟକ୍ତି ହୋଇଥାନ୍ତି ଅଧିକ ରୋମାଣ୍ଟିକ୍, ନିଜ ସାଥିର ଖୁସି ପାଇଁ କିଛି ବି କରିପାରନ୍ତି

ପ୍ରେମ ଏବଂ ବିବାହକୁ ଜ୍ୟୋତିଷ ଶାସ୍ତ୍ରରେ ବହୁତ ଗୁରୁତ୍ୱ ଦିଆଯାଏ । ଆଜି ଜାଣିବା ରାଶି ଅନୁସାରେ, କେଉଁ ରାଶିର ବ୍ୟକ୍ତି ଅଧିକ ରୋମାଣ୍ଟିକ୍ ହୋଇଥାନ୍ତି?

ମେଷ:
ମେଷ ରାଶିର ବ୍ୟକ୍ତି ଅଧିକ ସାହସ, ଆତ୍ମବିସ୍ୱାସ ହୋଇଥାନ୍ତି। ବନ୍ଧୁ ହେଉ କିମ୍ବା ପ୍ରେମ ସବୁପ୍ରକାର ସମ୍ପର୍କକୁ ବଜାୟ ରଖିବାରେ ଏମାନେ ମାହିର୍ ଥାଆନ୍ତି। ଯଦି ଏହି ରାଶିର ବ୍ୟକ୍ତି କାହାକୁ ପ୍ରେମ କରନ୍ତି ତେବେ ନିଷ୍ଠାର ସହ ହିଁ ଭଲ ପାଇଥା’ନ୍ତି। ଏମାନେ ନିଜ ସାଥୀକୁ ପ୍ରେମ କରିବା ସହ ସାଥୀଙ୍କ ଠାରୁ ବି ସେହିଭଳି ପ୍ରେମ ପାଇବାକୁ ଆଶା ରଖିଥାନ୍ତି।

ବୃଷ:
ବୃଷ ରାଶିର ବ୍ୟକ୍ତି ଯେଉଁ ବ୍ୟକ୍ତଙ୍କୁ ହୃଦୟରେ ସ୍ଥାନ ଦିଅନ୍ତି, ସେମାନଙ୍କୁ କୌଣସି ପରିସ୍ଥିତିରେ ଧୋକା ଦିଅନ୍ତି ନାହିଁ। ଏମାନେ ଅତ୍ୟନ୍ତ ଶାନ୍ତ ସ୍ୱଭାବର ହୋଇଥିଲେ ମଧ୍ୟ ଏମାନଙ୍କୁ ନିଜର କରିବା ସହଜ କଥା ନୁହେଁ।

ମିଥୁନ:
ମିଥୁନ ରାଶିର ବ୍ୟକ୍ତି ସବୁବେଳେ ହସଖୁସିରେ ରହିବା ଓ ମଜା ମସ୍ତି କରିବାକୁ ପସନ୍ଦ କରନ୍ତି। ତେଣୁ ବୋରିଂ ପାର୍ଟନରଙ୍କ ସହିତ ସମ୍ପର୍କ ଠିକ୍ ଭାବେ ଚାଲି ପାରିନଥାଏ। ଏମାନେ ସବୁବେଳେ ନିଜ ହିସାବରେ ଚଳିବାକୁ ପସନ୍ଦ କରନ୍ତି। ବିଶେଷ କରି ମକର ରାଶି ସହ ବୈବାହିକ ଜୀବନ ସଫଳ ହୋଇନଥାଏ।

କର୍କଟ:
ଭାବନାର ଗଭୀର ସାଗର ହେଉଛନ୍ତି କର୍କଟ ରାଶିର ବ୍ୟକ୍ତି। ଏମାନେ ଯେବେ କାହା ପ୍ରେମରେ ପଡ଼ନ୍ତି, ତେବେ ପୂର୍ଣ୍ଣରୂପରେ ସେମାନଙ୍କର ହୋଇ ଯା’ନ୍ତି। କିନ୍ତୁ ଯେଉଁ ଲୋକମାନେ କେବଳ ନିଜ କଥା ହିଁ ଭାବନ୍ତି ଓ ନିଜ ଦୁନିଆରରେ ହିଁ ବଞ୍ଚନ୍ତି, ସେମାନଙ୍କ ସହ କର୍କଟ ରାଶିଧାରୀ ବ୍ୟକ୍ତିଙ୍କର ପଡ଼େ ନାହିଁ। ତେଣୁ ଏମାନେ କେବେ ହେଲେ କୁମ୍ଭ ରାଶି ବ୍ୟକ୍ତିଙ୍କୁ ବିବାହ କରିବା ଉଚିତ୍ ନୁହେଁ।

ସିଂହ :ଏମାନେ ଆକର୍ଷଣ ଓ ଆତ୍ମ ବିସ୍ୱାସରେ ଭରପୁର ହୋଇଥା’ନ୍ତି। ତେବେ ବୈବାହିକ ଜୀବନରେ ଏମାନେ ଶାରୀରିକ ସମ୍ପର୍କକୁ ନେଇ ନିଜ ସାଥୀକୁ ନିରାଶ କରନ୍ତି। ହେଲେ ଏମାନଙ୍କର ଏପରି ଗୋଟିଏ ଗୁଣ ଅଛି, ଯାହା ସମ୍ପର୍କ ଭାଙ୍ଗିବାର ମୂଳ କାରଣ ହୋଇପାରେ, ତାହା ହେଉଛି ଏହି ରାଶିର ବ୍ୟକ୍ତିଙ୍କ ଜିଦ୍ଦି ପ୍ରକୃତି। ତେବେ ଅନ୍ୟ କେଉଁ କଥାରେ ଏମାନେ ସାଥୀଙ୍କୁ ନିରାଶ କରନ୍ତି ନାହିଁ।

କନ୍ୟା :
ଯଦି ଆପଣ ନିଜ ସାଥୀଙ୍କର ସମ୍ପୂର୍ଣ୍ଣ ଆକର୍ଷଣ ପାଇବାକୁ ଚାହାନ୍ତି, ସାଥୀ ଆପଣଙ୍କ ପ୍ରତି ସମର୍ପିତ ହୋଇଯାଉ ବୋଲି ଚାହାନ୍ତି, ତେବେ କନ୍ୟା ରାଶିର ବ୍ୟକ୍ତିଙ୍କୁ ବିବାହ କରନ୍ତୁ ନାହିଁ। କାରଣ ଏମାନେ ସବୁବେଳେ ନିଜ ହିସାବରେ ହିଁ କାମ କରନ୍ତି। ଯଦି ଏମାନେ କାହାକୁ ଭଲ ପା’ନ୍ତି, ତେବେ ଏହାକୁ ପରିପ୍ରକାଶ କରିବାକୁ ପଛାନ୍ତି ନାହିଁ । ହେଲେ ଯଦି ଏମାନଙ୍କୁ କିଏ ଗର୍ବ ବା ଅହଂକାର ଦେଖାଏ, ତେବେ ଏମାନେ ତାଙ୍କୁ ଆଦୌ ସହ୍ୟ କରିପାରନ୍ତି ନାହିଁ।

ତୁଳା :
ଏହି ରାଶିର ବ୍ୟକ୍ତି ନିଜ ସାଥୀଙ୍କ ସହ ସବୁ ପ୍ରକାରର ଖୁସି ବାଣ୍ଟିବାକୁ ଭଲ ପା’ନ୍ତି। ଏମାନେ ନିଜ ସାଥୀର ସମସ୍ତ ଇଚ୍ଛା ପୂର୍ଣ୍ଣ କରନ୍ତି। କିନ୍ତୁ ଏମାନଙ୍କୁ ଯଦି କିଏ ନିଜ ହାତମୁଠାରେ ରଖିବାକୁ ଚେଷ୍ଟା କରନ୍ତି, ତେବେ ସେମାନଙ୍କ ସହ ଏମାନେ ବେଶିଦିନ ରହିପାରନ୍ତି ନାହିଁ। ଏମାନେ କନ୍ୟା ରାଶିର ବ୍ୟକ୍ତିଙ୍କ ସହ ବିବାହ କରିବା ଉଚିତ୍ ନୁହେଁ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button