ଦେଶ

ମୁଡିସ୍‌ ରିପୋର୍ଟ: ବିକାଶର ଲାଭ ପାଇଁ ଜନସଂଖ୍ୟା ବୃଦ୍ଧି ଯଥେଷ୍ଟ ନୁହେଁ – Ibnodisha

[ad_1]

ଦୃଢ଼ ଶିକ୍ଷା ବ୍ୟବସ୍ଥା, ଗୁଣାତ୍ମକ ଭିତ୍ତିଭୂମି ଜରୁରୀ

ନୂଆଦିଲ୍ଲୀ: ଭାରତର ଜନସଂଖ୍ୟାରେ ଯୁବଶକ୍ତିର ଭାଗ ଅଧିକ ଥିବାରୁ ଏହା ଅର୍ଥନୈତିକ ଲାଭ ପାଇବା ଲାଗି ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ସ୍ଥିତିରେ ଥିବା କୁହାଯାଉଛି। କିନ୍ତୁ ରେଟିଂ ଏଜେନ୍ସି ମୁଡିସ୍‌ ଇନ୍‌ଭେଷ୍ଟର ସର୍ଭିସ୍ ଭିନ୍ନ ମତ ଦେଇଛି। ବିକାଶର ଲାଭ ପାଇବା ଲାଗି କେବଳ ଜନସଂଖ୍ୟାରେ ବୃଦ୍ଧି ଯଥେଷ୍ଟ ନୁହେଁ। ଏଥିପାଇଁ ଦୃଢ଼ ଶିକ୍ଷା ବ୍ୟବସ୍ଥା ଓ ଗୁଣାତ୍ମକ ଭିତ୍ତିଭୂମି ଦରକାର ବୋଲି ଏହା କହିଛି।

ଜାତିସଂଘ ଅନୁସାରେ ୧୪୦ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଭାରତ ହେଉଛି ବିଶ୍ବର ସବୁଠୁ ଜନବହୁଳ ରାଷ୍ଟ୍ର। ଭାରତରେ ଜନସଂଖ୍ୟାରେ ଜାରି ରହିଥିବା ବୃଦ୍ଧି ୨୦୬୩ରେ ସ୍ଥିର ହୋଇଯିବ ବୋଲି ମୁଡିସ୍‌ କହିଛି। ଏହା ଜଣାଇଛି ଆସନ୍ତା ୨୦ ବର୍ଷରେ ବିଶ୍ବ ଜନସଂଖ୍ୟାରେ ଯେଉଁ ବୃଦ୍ଧି ଘଟିବ ସେଥିରେ ଏସିଆର ଛଅଟି ଦେଶ ବାଂଲା‌ଦେଶ, ଭାରତ, ଇଣ୍ଡୋନେସିଆ, ପାକିସ୍ତାନ, ଫିଲିପାଇନ୍ସ ଓ ଭିଏତନାମ୍‌ର ଏକ ତୃତୀୟାଂଶ ଭାଗ ରହିଛି।

ମୁଡିସ୍‌ ଜଣାଇଛି ଯେ ଚୀନ୍ ଓ ଦକ୍ଷିଣପୂର୍ବ ଏସିଆର ଅନ୍ୟ ଦେଶଗୁଡ଼ିକ ତୁଳନାରେ ପାକିସ୍ତାନ, ବାଂଲାଦେଶ ଓ ଭାରତର ଗୁଣାତ୍ମକ ଶିକ୍ଷା ମାନରେ ପ୍ରଭେଦ ରହିବ। ତେଣୁ ଏହି ଦେଶଗୁଡ଼ିକରେ ଶ୍ରମ ଶକ୍ତିରେ ଉପଯୁକ୍ତ ସନ୍ତୁଳନ ରହିବନି। ଭାରତ ଓ ବାଂଲାଦେଶରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଶେଷ କରୁଥିବା ବାଳକ ଓ ବାଳିକାଙ୍କ ଭିତରେ ବଡ଼ ଧରଣର ଅନ୍ତର ରହିଛି। ଯଦି ଶିକ୍ଷାରେ ଉନ୍ନତି ହେବ ତେବେ ଅଟୋମେସନ, ଡିଜିଟାଇଜେସନ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପ୍ରଭାବରେ ଯେଉଁ ନିଯୁକ୍ତି ହାନି ହେଉଛି ତାହାକୁ ଭାରତ ଓ ଭିଏତ୍‌ନାମରେ ରୋକାଯାଇପାରିବ। ଭିତ୍ତିଭୂମି ଓ ପୁଞ୍ଜି ବ୍ୟୟ ଦୃ‌ଷ୍ଟିରୁ ପାକିସ୍ତାନ ଓ ବାଂଲାଦେଶଠାରୁ ଭାରତ ଉନ୍ନତ ସ୍ଥିତିରେ ରହିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button