ହୁ ହୁ ହୋଇ ଜଳୁଛି ନୈନିତାଲ ଜଙ୍ଗଲ – Ibnodisha
[ad_1]
ଉତ୍ତରାଖଣ୍ଡ : ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଜଙ୍ଗଲ ଅନ୍ୟପଟେ ଉତ୍ତରାଖଣ୍ଡର ନୈନିତାଲ ଜଙ୍ଗଲରେ ନିଆଁର ପ୍ରକୋପ ବଢ଼ିବାରେ ଲାଗିଛି । ଗତ ୩୬ଘଣ୍ଟା ଧରି ଲଗାତାର ଜଙ୍ଗଲ ଜଳୁଥିବାରୁ ନିଆଁକୁ ଆୟତ୍ତ କରିବାକୁ ଏବେ ସେନାକୁ ନିୟୋଜିତ କରାଯାଇଛି। ବର୍ତ୍ତମାନ ଭାରତୀୟ ବାହୁସେନା ପକ୍ଷରୁ ଏମଆଇ-୧୭ ହେଲିକପ୍ଟର ସହାୟତାରେ ଭୀମତାଲ ହ୍ରଦରୁ ପାଣି ନିଆଯାଇ ଆକାଶମାର୍ଗରୁ ଜଙ୍ଗଲରେ ପାଣି ପକାଇବା କାର୍ଯ୍ୟ ଆରମ୍ଭ କରାଯାଇଛି।ଜଙ୍ଗଲ ନିଆଁ ଗୋଟେ ପରେ ଅନ୍ୟ ଗୋଟେ ସ୍ଥାନକୁ ବ୍ୟାପିବାରେ ଲାଗିଛି । ନିଆଁକୁ ଆୟତ୍ତ କରିବା ପାଇଁ ବନ କର୍ମଚାରୀଙ୍କ ସମେତ ସେନା କର୍ମଚାରୀମାନେ ମଧ୍ୟ ନିୟୋଜିତ ଅଛନ୍ତି । ଜଙ୍ଗଲ ନିଆଁ ପ୍ରଭାବରେ ଜଙ୍ଗଲରେ ଥିବା ସମସ୍ତ ମୂଲ୍ୟବାନ ଗଛ ସମେତ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଉଛି । ବନ୍ୟଜନ୍ତୁ ଏବେ ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି । ହେଲିକପ୍ଟର ସାହାଯ୍ୟରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ପାଣି ସିଞ୍ଚନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ନିଆଁ ଏତେ ଭୟଙ୍କର ହେବାରେ ଲାଗିଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୧ ଟି ଜଙ୍ଗଲକୁ ବ୍ୟାପିବାରେ ଲାଗିଛି । ଏହି ନିଆଁରେ ଏକର ଏକର ଜଙ୍ଗଲ ଜଳି ଯାଉଛି ।
[ad_2]