ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ – Ibnodisha
[ad_1]
ଯାଜପୁର : ଯାଜପୁର ସ୍ଥିତ ବିରଜା ସ୍କୁଲ ଅଫ ନର୍ସିଂ ରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଥମେ ଛାତ୍ରୀ ମାନଙ୍କ ପକ୍ଷରୁ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଏହା ପରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ପ୍ରକାର ର ଖାଦ୍ୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଉଭୟ ଭାରତୀୟ ଓ ବିଦେଶୀ ଖାଦ୍ୟ ଏଠାରେ ପ୍ରଦର୍ଶିତ କରାଯାଇଥିଲା। ରଙ୍ଗୋଲି ମାଧ୍ୟମ ରେ ପରିବେଶ ସୁରକ୍ଷା ର ବାର୍ତା ଦିଆଯାଇଥିବା ବେଳେ ଖାଦ୍ୟ ପ୍ରଦର୍ଶନୀ ମାଧ୍ୟମରେ କିଭଳି ସୁଷମ ଖାଦ୍ୟ ଖାଇ ନିଜକୁ ଫିଟ ରଖିବେ ସେ ସମ୍ପର୍କରେ ସଚେତନ କରିଥିଲେ ଛାତ୍ରଛାତ୍ରୀ। ସ୍କୁଲ ର ପ୍ରତିଷ୍ଠାତା ପରେଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମଙ୍ଗଳ ଅଧିକାରିଣୀ ମାଙ୍ଗଳିକା ରାଉତରାୟ, ଡିଏସଡବ୍ଲ୍ଵ ପ୍ରୋଗ୍ରାମ ଅଫିସର ବିଜୟଲକ୍ଷ୍ମୀ ଦଣ୍ଡପାଣି, ନିର୍ଦେଶକ ଶ୍ୟାମସୁନ୍ଦର କର, ଅଧକ୍ଷା ରଶ୍ମି ରେଖା ବେହେରା ପ୍ରମୁଖ ଯୋଗ ଦେବା ସହିତ ଛାତ୍ରଛାତ୍ରୀ ଙ୍କ ପ୍ରତିଯୋଗୀତା ର ମୂଲ୍ୟାଙ୍କନ କରିଥିଲେ ।
[ad_2]