ରାଜ୍ୟ

ପଶ୍ଚିମ ଓଡ଼ିଶାର ଅନନ୍ୟ ଖାଦ୍ୟ ହେଉଛି କରଡ଼ି, ବଜାରରେ ଏହାର ଢେର ଚାହିଦା

ଜାରରେ ଏବେ ବଢ଼ିଛି ବାଉଁଶ କରଡ଼ିର ଚାହିଦା । ଜଙ୍ଗଲରେ ମିଳୁଥିବା ବାଉଁଶ ଗଜାରୁ ପ୍ରସ୍ତୁତ କରଡ଼ି ଖାଇବାକୁ ପସନ୍ଦ କରୁଛନ୍ତି ଲୋକେ । ପଶ୍ଚିମ ଓଡ଼ିଶାର ଏକ ଅନନ୍ୟ ଖାଦ୍ୟ ହେଉଛି କରଡ଼ି । ବାଉଁଶ ଗଛରୁ ଗଜାରୁ ପ୍ରସ୍ତୁତ ହୁଏ କରଡ଼ି । ବିଶେଷ କରି ଅଗଷ୍ଟ ସେପ୍ଟେମ୍ବର ମାସରେ ଏହି କରଡ଼ି ମିଳିଥାଏ ।

ବୌଦ୍ଧ ଜିଲ୍ଲାର ଆଦିବାସୀମାନେ ଏହାକୁ ଜଙ୍ଗଲରୁ ସଂଗ୍ରହ କରି ବିଭିନ୍ନ ହାଟ ବଜାରରେ ବିକ୍ରି କରି ଦି ପଇସା ରୋଜଗାର କରନ୍ତି ।

ଏହି କରଡ଼ି ଖାଇବାକୁ ସ୍ଵାଦିଷ୍ଟ ଲାଗିଥିବାରୁ ବଜାରରେ ମଧ୍ୟ ଏହାର ଢେର ଚାହିଦା । ବଜାରରେ ଏହାର କେଜି ପ୍ରତି ଦର ରହିଛି ୧୦୦ ରୁ ୧୨୦ ଟଙ୍କା । ଋତୁକାଳୀନ ଏହି ବାଉଁଶ କରଡ଼ିର ଚାହିଦା କହିଲେ ନସରେ । ଯିଏ ବି ବଜାର ଯାଏ ଏହାକୁ କିଣି ଥାଏ । କରଡ଼ି ସଂଗ୍ରହକାରୀ ବି ବେଶ ଦୁଇ ପଇସା ରୋଜଗାର କରନ୍ତି ।

କରଡ଼ି ଏକ ସୁସ୍ବାଦୁ ଖାଦ୍ୟ ଏବଂ ଏଥିରୁ କରଡ଼ି ଭଜା, ତରକାରୀ, କରଡ଼ି ଲେଥା , ପିଠା, ବରା ପରି ବିଭିନ୍ନ ପ୍ରସ୍ତୁତ ଖାଦ୍ୟ ପାଟିକୁ ବେଶ ସୁସ୍ବାଦୁ ଲାଗିଥାଏ । ସେହିପରି କରଡ଼ି ଶୁଖାଇ ମଧ୍ୟ ରଖାଯାଏ । କରଡ଼ିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ଓ ଡି ରହିଥାଏ । ଫଳରେ ଲୋକଙ୍କ ପସନ୍ଦର ଖାଦ୍ୟ ହେଉଛି କରଡ଼ି । ବାଉଁଶ ପ୍ରସ୍ତୁତ ଏହି ଖାଦ୍ୟ ଆଦିବାସୀଙ୍କ ଏକ ରୋଜଗାରର ମାଧ୍ୟମ ହୋଇଥିବା ବେଳେ ଲୋକଙ୍କ ପସନ୍ଦର ଖାଦ୍ୟ ହେଉଛି କରଡ଼ି ।

Related Articles

Leave a Reply

Your email address will not be published. Required fields are marked *

Back to top button