ରାଜ୍ୟ

ଗୋବରାଘାଟି ସରକାରୀ ବିଦ୍ୟାଳୟରେ କାର୍ଯ୍ୟକାରୀ ହେଲା ବିଜୁକନ୍ୟା ରତ୍ନ ଯୋଜନା – Ibnodisha

[ad_1]

ଯାଜପୁର : ବାଳିକା ମାନଙ୍କ ପାଇଁ ଗୁଣାତ୍ମକ ବୈଷୟିକ ଶିକ୍ଷା ଓ ଗଭୀର ଆତ୍ମପ୍ରାତେୟ ନୂଆ ଓଡିଶା ଗଠନରେ ସହାୟକ ହେବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଗୋବରଘାଟି ସରକାରୀ ଉଚ୍ଚାବିଦ୍ୟାଳୟ ରେ ଜିଲ୍ଲା ରେ ନୂଆକରି କାର୍ଯ୍ୟକାରୀ ହେଉଥିବା ବିଜୁ କନ୍ୟାରତ୍ନ ଯୋଜନା ଅନ୍ତର୍ଗତ ଜିଲ୍ଲାପାଳ ଙ୍କ କ୍ଲାସ ର ଶୁଭୁଦଘାଟନ ହୋଇଯାଇଛି.. ଏହି କାର୍ଯ୍ୟକ୍ରମ ରେ ବାଳିକା ମାନଙ୍କୁ ଭବିଷ୍ୟତ ଜୀବନ ଗଢିବା କ୍ଷେତ୍ରରେ ବୈଷୟିକ ଶିକ୍ଷା ଓ ଏଥିପାଇଁ ଉଚିତ ପରାମର୍ଶ, ବିଭିନ୍ନ ସରକାରୀ ଯୋଜନାରେ ଥିବା ଆର୍ଥିକ ପ୍ରୋଛାହନ ପ୍ରାପ୍ତି ପାଇଁ ଦୃଢ଼ ଇଛାଶକ୍ତି ଓ ଶିକ୍ଷକ ମାନଙ୍କ ପ୍ରେରଣା ଓ ଦିଗଦର୍ଶନ ଗୁରତ୍ୱପୂର୍ଣ୍ଣ ଅଟେ। ଜିଲ୍ଲାରେ ପ୍ରଥମ କରି ଗୋବରଘାଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାଳିକା ମାନଙ୍କ ପାଇଁ ବିଜୁ କନ୍ୟାରତ୍ନ ଯୋଜନା ଆରମ୍ବ ହୋଇଛି ଓ ପର୍ଯ୍ୟାୟ ଅନ୍ୟ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକାରୀ ହେବାର ଲକ୍ଷ୍ୟ ରହି ଛି ବୋଲି ଉଦଘାଟକ ତଥା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଥିଲେ। ବାଳିକାମାନେ କୌଣସିଗୁଣରେ ପୁଅ ପିଲାଙ୍କ ଠାରୁ କମ ନୁହନ୍ତି.. କେତେକ ପାରିବାରିକ ଓ ସାମାଜିକ ଅସୁବିଧା ହେତୁ ସେମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ବିକାଶ ହୋଇପାରୁନି.. ଉଚ୍ଚାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଜୟ କୁମାର ପରିଡ଼ାଙ୍କ ଅଧକ୍ଷତରେ ଅନୁଷ୍ଠିତ ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସରକାରୀ ବହୁବିଧ ବୈଷୟିକ ପ୍ରତିଷ୍ଠାନରେ ଶଶାଙ୍କ ଶେଖର ସାହୁ ଓ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଜୀବନ କୌଶଳ ପ୍ରଶିକ୍ଷକ ସ୍ୱାଗତ କୁମାର ସାହୁ ବିଷୟ ବିଶାରଦ ରୂପଯୋଗଦେଇ ଆଜିର ସମାଜରେ ବୈଷୟିକ ଶିକ୍ଷା ର ଗୁରୁତ୍ୱ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button