ଦେଶ

ନିଜ ସହର ରାଞ୍ଚିକୁ ଯିବାର ବାଟ ଭୁଲିଗଲେ ଧୋନି, ତା’ ପରେ କ’ଣ କଲେ ଦେଖନ୍ତୁ – Ibnodisha

[ad_1]

ନୂଆଦିଲ୍ଲୀ: ବାଟ ଭୁଲିଗଲେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। କୌଣସି ଏକ ଅଜଣା ସ୍ଥାନକୁ ନୁହେଁ ବରଂ ନିଜ ସହର ରାଞ୍ଚି, ଯେଉଁଠି ସେ ଛୋଟବେଳୁ ରହିଆସିଛନ୍ତି ସେଠାକୁ ଯିବା ପାଇଁ ସେ ଅନ୍ୟକୁ ବାଟ ପଚାରି ବୁଝିଥିବା ଜଣାଯାଇଛି। ଧୋନିଙ୍କର ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ସେ ଦୁଇଜଣ ବାଇକ ଆରୋହୀଙ୍କୁ ରାଞ୍ଚିକୁ ରାସ୍ତା କୁଆଡେ ବୋଲି ପଚାରୁଥିବା ଦେଖାଯାଇଛି। ବାଇକ୍ ଆ‌ରୋହୀ ୨ଜଣ ରାସ୍ତା କହିବା ସହ ଧୋନିଙ୍କ ସହିତ ସେଲଫି ନେଉଥିବା ଭିଡିଓରେ ଦେଖାଯାଇଛି।

ଭାଇରାଲ ଭିଡିଓରେ ଧୋନି ତାଙ୍କ କଳା ରଙ୍ଗର କାରରେ ବସିଥିବାର ନଜର ଆସିଛନ୍ତି। ଧୋନିଙ୍କ କାର ଅନ୍ୟ ଜଣେ ବ୍ୟକ୍ତି ଚଳାଉଥିବା ବେଳେ ପଛ ସିଟରେ ଅନ୍ୟ ଜଣେ ବସିଥିବା ଦେଖାଯାଇଛି। ରାଞ୍ଚିକୁ ବାହାରିଥିବା ଧୋନି ଅଧା ବାଟରେ ଅଟକି ୨ଜଣ ଲୋକଙ୍କୁ ରାଞ୍ଚିର ଠିକଣା ପଚାରୁଛନ୍ତି। କାର୍ ଭିତରେ ଧୋନିଙ୍କୁ ଦେଖି ୨ଜଣ ଲୋକ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ଏହା ପରେ ସେ ଧୋନିଙ୍କୁ ରାଞ୍ଚିକୁ ଯିବାର ବାଟ କହୁଛନ୍ତି। ବାଟ ଜାଣିବା ପରେ ଧୋନି ସେମାନଙ୍କୁ ଧନ୍ୟବାଦ କହିବା ସହ ସେମାନଙ୍କୁ ସେଲଫି ଦେଉଛନ୍ତି ଓ ସେମାନଙ୍କ ସହ ହାତ ମିଳାଉଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button