ଦେଶ

ଚକୋଲେଟ ତିଆରି କରିବା ଶିଖିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ – Ibnodisha

[ad_1]

ଚେନ୍ନାଇ: କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉଟିରେ ଥିବା ଏକ ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ | ଆଜି ସେ ଟ୍ୱିଟରରେ ଏକ ଭିଡିଓ ସେୟାର କରି ଚକୋଲେଟ କାରଖାନାକୁ ନେଇ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି | ଟ୍ୱିଟରରେ ରାହୁଲ ଲେଖିଛନ୍ତି ଯେ ୭୦ଜଣ ମହିଳାଙ୍କ ଏହି ଟିମ୍ ଉଟିର ପ୍ରସିଦ୍ଧ ଚକୋଲେଟ୍ କାରଖାନା ମୁଡିଜକୁ ଚଳାନ୍ତି | ମୁଡିଜ ଚକୋଲେଟର କାହାଣୀ ଭାରତର ଏମଏସଏମଇର ମହାନ କ୍ଷମତାକୁ ପ୍ରମାଣିତ କରେ | ରାହୁଲ ଗାନ୍ଧୀଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ସେ କାରଖାନାରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ସହ ନଜର ଆସିଛନ୍ତି ଏବଂ ଏହି କାରଖାନାର ଲୋକଙ୍କୁ ପଚାରୁଛନ୍ତି ଏହା ଉପରେ ଜିଏସଟି କେତେ ଦେବାକୁ ପଡିଥାଏ? ଏହାର ଉତ୍ତରରେ ସେଠାକାର କର୍ମଚାରୀ କହିଥିଲେ ଯେ ଚକୋଲେଟରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡୁଛି |

ଏହା ଶୁଣି ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ସମଗ୍ର ଦେଶର ସମସ୍ୟା। ମୋ ମତରେ ଜିଏସଟି ଗୋଟିଏ ଟିକସ ହେବା ଉଚିତ। ଏହି ସମୟରେ ସେ ଏକ ଛୋଟ ଝିଅର ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ। ଏହି କାରଖାନାରେ ରାହୁଲ ଦୀର୍ଘ ସମୟ ଧରି ରହି ଉପସ୍ଥିତ ମହିଳା କର୍ମଚାରୀଙ୍କଠାରୁ ଚକୋଲେଟ କିଭଳି ତିଆରି ହୁଏ ଦେଖିଥିଲେ | କେବଳ ଦେଖିନଥିଲେ ବରଂ ନିଜ ହାତରେ ଚକୋଲେଟ ମଧ୍ୟ ତିଆରି କରିଥିଲେ | ବାସ୍ତବରେ ରାହୁଲ ଗାନ୍ଧୀ ତାଙ୍କ ସାଂସଦ ପଦ ଫେରିପାଇବା ପରେ ୱାୟାନାଡ ସଂସଦୀୟ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ସେ ତାମିଲନାଡୁର ଉଟିକୁ ଯାଇଥିଲେ। ଉଟି ନିକଟ ମୁଥୁନାଡୁ ଗାଁକୁ ଯାଇ ଟୋଡା ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ | ରାହୁଲ ଗାନ୍ଧୀ ସ୍ଥାନୀୟ ଆଦିବାସୀମାନଙ୍କ ସହ ନାଚିବା ସହ ଏହି ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button