ଦେଶ

ସର୍ଦ୍ଦାର ଓ ରାଣୀ ସବ୍‌-ଜୁନିୟର୍ ଟିମ୍ ମୁଖ୍ୟ କୋଚ୍‌ – Ibnodisha

[ad_1]

ଚେନ୍ନାଇ: ଭାରତୀୟ ହକି ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍ ସର୍ଦ୍ଦାର ସିଂହ ଏବଂ ରାଣୀ ରାମପାଲ୍‌ଙ୍କୁ ସବ୍‌-ଜୁନିୟର ଟିମ୍‌ର ମୁଖ୍ୟ କୋଚ୍ ନିଯୁକ୍ତ କରାଯାଇଛି । ଗୁରୁବାର ହକି ଇଣ୍ଡିଆର ୧୦୦ତମ କାର୍ଯ୍ୟକାରୀ ବୋର୍ଡ ବୈଠକ ପରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ଏହି ଘୋଷଣା କରିଛି । ସର୍ଦ୍ଦାର ସିଂହ ୧୭ ବର୍ଷରୁ କମ୍ ବାଳକ ଏବଂ ରାଣୀ ରାମ୍‌ପାଲ୍ ୧୭ ବର୍ଷରୁ କମ୍ ବାଳିକା ଟିମ୍‌ର ମୁଖ୍ୟ କୋଚ୍ ହେବେ । ଦୁଇ ମହାନ୍ ଖେଳାଳି ହକି ଇଣ୍ଡିଆର ଏହି ଅଫର୍‌କୁ ସ୍ୱୀକାର କରିଛନ୍ତି । ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ଜାତୀୟ ପୁରୁଷ ହକି ଟିମ୍‌ର କ୍ୟାପ୍‌ଟେନ୍ ଥିବା ସର୍ଦ୍ଦାରଙ୍କ ନେତୃତ୍ୱରେ ଭାରତ ୨୦୧୪ ଏସିଆଡ୍ ସ୍ୱର୍ଣ୍ଣ ପଦକ ଜିତିଥିଲା ।

ମିଡ୍‌ଫିଲ୍ଡର ସ୍ଥାନରେ ଖେଳୁଥିବା ସର୍ଦ୍ଦାରଙ୍କୁ ଭାରତ ସରକାର ୨୦୧୨ରେ ଅର୍ଜୁନ ପୁରସ୍କାର ଏବଂ ୨୦୧୫ରେ ପଦ୍ମଶ୍ରୀରେ ସମ୍ମାନିତ କରିଥିଲେ । ହକି ଟିମ୍ ସହିତ ଲମ୍ବା ସମୟ ସାମିଲ ରହିବା ପରେ ସେ ୨୦୧୮ରେ ସନ୍ନ୍ୟାସ ନେଇଥିଲେ । ଅନ୍ୟପକ୍ଷରେ ରାଣୀ ରାମପାଲ୍‌ଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ଚତୁର୍ଥ ସ୍ଥାନରେ ରହିଥିଲା । ୨୦୧୦ ବିଶ୍ୱକପ୍‌ରେ ଭାଗନେବାରେ ସେ ଭାରତୀୟ ହକି୍ ଟିମ୍‌ର ସର୍ବକନିଷ୍ଠ ଖେଳାଳି ଥିଲେ । ୧୫ ବର୍ଷ ବୟସରେ ସେ ବିଶ୍ୱକପ୍ ଖେଳିଥିଲେ ।

୧୪ ବର୍ଷ ବୟସରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ରାଣୀ ୨୦୦୯ ଏସିଆ କପ୍‌ରେ ଭାରତକୁ ରୌପ୍ୟ ପଦକ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଏବଂ ଏସିଆନ୍ ଗେମ୍ସରେ ଖେଳିଥିôା ଟିମ୍‌ର ସେ ସଦସ୍ୟା ଥିଲେ । ଜାତୀୟ ଟିମ୍‌ରୁ ବାହାରେ ଥିବା ପୂର୍ବତନ କ୍ୟାପ୍‌ଟେନ୍ ରାଣୀ ଏବେ ସାଇ ପକ୍ଷରୁ ଏନ୍‌ଆଇଏସ୍ ପତିଆଲାରେ କାର୍ଯ୍ୟରତ ଅଛନ୍ତି । ହକି ଇଣ୍ଡିଆ ପ୍ରସ୍ତାବ ଗ୍ରହଣ କରିବାର ଅର୍ଥ ଅବସର ନୁହେଁ ବୋଲି ସେ କହିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button