ରାଜ୍ୟ

ମହିଳାଙ୍କ ଗଳିତ ହାଡ଼କଙ୍କାଳ ଉଦ୍ଧାର ଘଟଣା; ହତ୍ୟା ଅଭଯୋଗରେ ସ୍ୱାମୀ ଗିରଫ – Ibnodisha

[ad_1]

ଫିରିଙ୍ଗିଆ: ଫିରିଙ୍ଗିଆ ଥାନା ଭୃଙ୍ଗିଯୋଡି ପଞ୍ଚାୟତ ଜ୍ରାକିରାହା ଅଡାସରୁ ପାହାଡ଼ରେ ଜଣେ ନବବିବାହିତା ମହିଳାଙ୍କ ଗଳିତ ଶବ ଉଦ୍ଧାର ଘଟଣା ରେ ମୃତ ମହିଳାଙ୍କ ସ୍ୱାମୀ ଆଲୋକ ଦିଗାଲକୁ ହତ୍ୟା ଅଭିଯୋଗରେ ଗିରଫ କରି କୋର୍ଟଚାଲାଣ କରିଛି ଫିରିଙ୍ଗିଆ ପୋଲିସ । ସୂଚନା ଅନୁସାରେ ଜ୍ରାକି ରାହା ଗାଁ ର ଆଲୋକ ଦିଗାଲର ସ୍ତ୍ରୀ ଶାନ୍ତିଲତା ଦିଗାଲ କୌଣସି କାରଣ କୁ ନେଇ ପାରିବାରିକ କଳହ ଯୋଗୁଁ ଗତ ୨୪ ତାରିଖରେ ଘରୁ କେଉଁ ଆଡେ ଚାଲି ଯାଇଥିଲେ ।

ପରେ ପରିବାର ତରଫରୁ ଖୋଜା ଖୋଜି ପରେ ମହିଳା ଙ୍କ କୌଣସି ପତ୍ତା ମିଳି ନଥିଲା । ଏହି ଘଟଣାକୁ ନେଇ ନିଖୋଜ ମହିଳାଙ୍କ ପିତା ଉମା ଚରଣ ଦିଗାଲ ନିଜ ଘର ବାଲିଗୁଡା ଥାନା ମିଡ଼ିଆ କିଆ ପଞ୍ଚାୟତ ର ବୋରିକିଆ ଗ୍ରାମ ହୋଇଥିବାରୁ ବାଲିଗୁଡା ଥାନାରେ ଝିଅ ହଜିଥିବା ନେଇ ଲିଖତ ଅଭିଯୋଗ କରିଥିଲେ । ଏହି ଘଟଣା ରେ ମହିଳା ଙ୍କ ଶାଶୂଘର ପରିବାର ପକ୍ଷରୁ ମଧ୍ୟ ଫିରିଙ୍ଗିଆ ଥାନାରେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରାଯାଇଥିଲା । ଗତ ଆଠ ତାରିଖ ସକାଳେ ମୃତ ମହିଳା ଙ୍କ ଶାଶୂ ଜଙ୍ଗଲ କୁ ଗାଈ ଚରାଇବାକୁ ଯାଇଥିବା ବେଳେ ଦୁର୍ଗନ୍ଧ ହେଉଥିବାରୁ ଭାଲିଆ ଗଛରେ ହାଡ଼ କଙ୍କାଳ ଝୁଲୁ ଥିବା ଦେଖିବା ପରେ ପରିବାରକୁ ଜଣାଇଥିଲେ ।

ଏହି ଘଟଣା ପରେ ଫିରିଙ୍ଗିଆ ଥାନାରେ ମୃତ ମହିଳା ଙ୍କ ଦିଅର ନାଟୁ ଦିଗାଲ ଙ୍କ ଲିଖିତ ଭାବରେ ଜଣାଇବା ପରେ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ଙ୍କ ସହ ଟିମ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣା ର ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣା ସ୍ଥଳରୁ ହାଡ଼ କଙ୍କାଳ ଜବତ କରିବା ସହ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରିବା ସହ ପୋଲିସ ତଦନ୍ତ ଜାରି ରଖିଥିଲେ ଓ ମୃତ ମହିଳା ଙ୍କ ପିତା ଓ ପରିବାର ପହଞ୍ଚିଲା ପରେ ପଞ୍ଚନାମା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟକୁ ପଠାଯାଇଥିଲା ।

ଘଟଣାର ତଦନ୍ତ ପରେ ମୃତ ମହିଳା ଙ୍କୁ ହତ୍ୟା କରାଯଇଥିବା ପ୍ରମାଣ ପାଇଲା ପରେ ଶୁକ୍ରବାର ମୃତ ମହିଳା ଙ୍କ ସ୍ୱାମୀ ଆଲୋକ ଦିଗାଲ ଙ୍କୁ ହତ୍ୟା ଅଭଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମହିଳାଙ୍କୁ କିଭଳି ଭାବରେ ହତ୍ୟା କରାଯାଇଛି ତାହା ଜଣାପଡିବ । ଏହି ଘଟଣାରେ ମହିଳା ଙ୍କ ସ୍ୱାମୀ ଙ୍କ ସହ ଆହୁରି ଅନ୍ୟମାନଙ୍କର ସମ୍ପୃକ୍ତି ରହିଛି ତାହା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button