ଦେଶ

ସୋମବାର ଦିନ ଏପରି କରନ୍ତୁ ଭଗବାନ ଶଙ୍କରଙ୍କ ପୂଜା, ଜୀବନରୁ ଦୂର ହେବ ସବୁ ଭୟ

ହିନ୍ଦୁ ଶାସ୍ତ୍ରରେ ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବୀ-ଦେବତାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ। ସପ୍ତାହର ପ୍ରଥମ ଦିନ ଅର୍ଥାତ ସୋମବାର ଦିନ ଭଗବାନ ଶିବଙ୍କ ଦିନ ବୋଲି ଉଲ୍ଲେଖ କରାଯାଇଛି।ଭଗବାନ ଶଙ୍କର ଭକ୍ତର ପୂଜାରେ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିବା ଜୀବନରୁ ଭୟ ଦୂର କରିବା ପାଇଁ ଭଗବାନ ଶଙ୍କରଙ୍କୁ କିପରି ପୂଜା କରିବା।

-ଯଦି ସୋମବାର ଦିନ ଆପଣ ଶୁଦ୍ଧ ମନରେ ଭଗବାନ ଶଙ୍କରଙ୍କୁ ପୂଜା କରିଥାନ୍ତି ତେବେ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ମନସ୍କାମନା ପୂରଣ ହୋଇଥାଏ।

puja

-ଭୋଳାନାଥଙ୍କୁ ଚନ୍ଦନ, ଅକ୍ଷତ, ବେଲପତ୍ର, ଫୁଲ, କ୍ଷୀର, ଗଙ୍ଗାଜଳ ଅତ୍ୟନ୍ତ ପ୍ରିୟ। ଏହି ସମସ୍ତ ଜିନିଷ ଅର୍ପଣ କରିବା ଦ୍ୱାରା ଭଗବାନ ଶଙ୍କର ବହୁତ ଜଲଦି ପ୍ରସନ୍ନ ହୋଇ ଆଶୀର୍ବାଦ ପ୍ରଦାନ କରିଥାନ୍ତି।

-ସୋମବାର ଦିନ ଭଗବାନ ଶଙ୍କରଙ୍କୁ ଘିଅ, ଶାକର ଏବଂ ଅଟାରେ ତିଆରି ହୋଇଥିବା ପ୍ରସାଦ ଭୋଗ ଲଗାନ୍ତୁ। ଏହାପରେ ଧୂପ, ଦୀପ ଦେଇ ଆଳତି କରନ୍ତୁ।

-ସୋମବାର ଦିନ ୧୦୮ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ଭଗବାନ ଶଙ୍କରଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ। ଏଥିସହ ସୋମବାର ଦିନ ଶିବଲିଙ୍ଗ ଉପରେ କଞ୍ଚା କ୍ଷୀର ଅର୍ପଣ କରିବା ଦ୍ୱାରା ସର୍ବଦା ଆପଣଙ୍କ ଉପରେ ଭଗବାନ ଶଙ୍କରଙ୍କ କୃପା ରହିଥାଏ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button