IBN ଓଡ଼ିଶା ବ୍ୟୁରୋ

ମାଛ ଖାଉଥିବା ସମୟରେ ଗଳାରେ କଣ୍ଟା ଲାଖିଗଲେ କରନ୍ତୁ ଏହି ୨ କାମ, ତୁରନ୍ତ ମିଳିବ ଆରାମ

ଅନେକ ଲୋକଙ୍କୁ ମାଛ ଖାଇବା ବହୁ ପସନ୍ଦ ହୋଇଥାଏ। କିଏ ଏହାକୁ ସ୍ନାକସ୍ ରୂପେ ଖାଆନ୍ତି ତ ଆଉ କିଏ ଏହାକୁ ତରକାରୀ ବନାଇ ଖାଆନ୍ତି। ଏହା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ମାଛରେ ପ୍ରଚୁର ମାତ୍ରାରେ ଭିଟାମିନ, ପ୍ରୋଟିନ ଏବଂ ଓମେଗା ୩ ଭରପୂର ମାତ୍ରାରେ ରହିଥାଏ। ମାଛରେ ପ୍ରସ୍ତୁତ ହୋଇଥିବା ସବୁ ଡିସ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗେ କିନ୍ତୁ ଏହା ଭିତରେ ଥିବା କଣ୍ଟା କାରଣରୁ ବହୁତ ଲୋକ ଏହାକୁ ଖାଇବାକୁ ଆଗ୍ରହ କରନ୍ତି ନାହିଁ।

throatମାଛ ଖାଇବା ସମୟରେ ସବୁଠାରୁ ବଡ ସମସ୍ୟା ହେଉଛି ଏହା ଭିତରେ ଥିବା ବଡ ଏବଂ ଛୋଟ ଛୋଟ କଣ୍ଟା ହୋଇଥାଏ। ଅନେକ ଥର ତ ଖାଇବା ସମୟରେ ଏହି କଣ୍ଟା ଗଳାରେ ଫସିଯାଏ। ଏଥିପାଇଁ ପିଲା ମାନଙ୍କୁ ମାଛ ଖୁଆଇବା ସମୟରେ ବିଶେଷ ସାବଧାନତା ରକ୍ଷା କରିବା ଉଚିତ। ମାଛ କଣ୍ଟା ଗଳାରେ ଫସି ଗଲେ ମଧ୍ୟ କିଛି ସମୟ ପରେ ଆପେ ଆପେ ବାହାରି ଯାଇଥାଏ। କିନ୍ତୁ ଅନେକ ଥର ଏହା ଗଳାରେ ଲାଖିକି ରହିଯାଏ। ଏମିତିରେ ଆପଣ ଚିନ୍ତା କରନ୍ତୁ ନାହିଁ, ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ଗଳାରୁ ମାଛ କଣ୍ଟା ବାହାର କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହା ବିଷୟରେ।

କଦଳୀ

bananaଯଦି ଆପଣଙ୍କ ଗଳାରେ ମାଛ କଣ୍ଟା ଫସି ଯାଇଛି ଆଉ ଆପଣ ବହୁତ କଷ୍ଟ ପାଉଛନ୍ତି ତେବେ କଦଳୀ ଖାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। ଯେତେବେଳେ ବି ଆପଣଙ୍କୁ ଏହି ସମସ୍ୟା ହେଉଥାଏ ତେବେ ଗୋଟେ କଦଳୀ ନିଅନ୍ତୁ ଏବଂ ତାକୁ ନ ଚୋବାଇ ଗିଳି ଦିଅନ୍ତୁ। ଏମିତି କରିବା ଦ୍ୱାରା ଆପଣଙ୍କୁ କିଛି ସମୟ ପରେ ଆରାମ ମିଳିଥାଏ।

ଭାତ

fish1ଗଳାରେ ମାଛ କଣ୍ଟା ଲାଗିକି ରହିଲେ ଭାତ ବହୁତ ପ୍ରଭାବଶାଳୀ ହୋଇଥାଏ। ଏମିତି ସମସ୍ୟା ହେଲେ ଆପଣ ଖାଉଥିବା ଭାତକୁ ଗୋଲା କରି ବିନା ଚୋବାଇ ଗିଳି ଦିଅନ୍ତୁ। ଏପରି କରିବାର କିଛି ସମୟ ପରେ ଆରାମ ମିଳିଯିବ। ଯଦି ଥରକେ ଏମିତି କଲେ ଠିକ ହେଉନାହିଁ ତେବେ ଏହି ଉପାୟକୁ ଆଉ ଦୁଇ ତିନି ଥର କରନ୍ତୁ। ଏହାଛଡା ଆପଣ ୨-୩ ଘଣ୍ଟା ପର୍ଯ୍ୟନ୍ତ ଚୁପଚାପ ରହିଯାଅନ୍ତୁ କଣ୍ଟା ଆପେ ଆପେ ବାହାରିଯିବ।

ଡ଼ାକ୍ତରଙ୍କ ସହିତ କରନ୍ତୁ ସମ୍ପର୍କ

doctorମାଛ କଣ୍ଟା ଫସି ଯିବା ପରେ ଉପରୋକ୍ତ ଉପାୟ ଯଦି କାମ ନ କରେ କିମ୍ବା କିଛି ଫାଇଦା ନ ମିଳେ। ତେବେ ଆପଣ ତୁରନ୍ତ ଡ଼ାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଏମିତି ପରିସ୍ଥିତିରେ ବିଳମ୍ବ କରିବା ଆଦୌ ଉଚିତ ନୁହେଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button