ମନୋରଞ୍ଜନ

କଣ ଆପଣଙ୍କୁ କଞ୍ଚା ଆମ୍ବ ଖାଇବା ପସନ୍ଦ? ତାହେଲେ ଜାଣନ୍ତୁ ଏହା ଶରୀର ପାଇଁ କେତେ ଚମତ୍କାର

ଗରମ ଦିନରେ କଞ୍ଚା ଆମ୍ବ ଖାଇବାକୁ ଲୋକେ ବହୁତ ପସନ୍ଦ କରନ୍ତି। କଞ୍ଚା ଆମ୍ବର ଖାଇବାର ମଜା କିଛି ଅଲଗା। କଞ୍ଚା ଆମ୍ବରେ ଅଧିକ ମାତ୍ରାରେ ଭିଟାମିନ ସି ରହିଥାଏ। ଯାହା ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରି ଶରୀରକୁ ଅନେକ ରୋଗରୁ ଦୁରେଇ ରଖିଥାଏ। ଯେଉଁ ଲୋକଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ରହିଥାଏ ସେମାନେ ମଧ୍ୟ କଞ୍ଚା ଆମ୍ବକୁ ଖାଇପାରିବେ। କଞ୍ଚା ଆମ୍ବ ଖାଇବାକୁ ସବୁ ବୟସର ଲୋକେ ପସନ୍ଦ କରନ୍ତି ଏବଂ ଏହାକୁ ଖାଇବାରେ ଅନେକ ପ୍ରକାର ଫାଇଦା ମିଳିପାରେ। ତାହେଲେ ଆସନ୍ତୁ ଜାଣିବା ଗରମରେ କଞ୍ଚା ଆମ୍ବ ଖାଇବାର ଫାଇଦା ବିଷୟରେ।

amba1– କଞ୍ଚା ଆମ୍ବରେ ଆଣ୍ଟି ଅକ୍ସିଡେଣ୍ଟ ଏବଂ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ। ଏହା ଇମ୍ୟୁନିଟିକୁ ବଢାଇବା ସହିତ ଗରମରେ ଅନେକ ପ୍ରକାର ରୋଗ ପାଇଁ ଫାଇଦାପୂର୍ଣ୍ଣ ହୋଇଥାଏ।

– ଏହା ଲିଭର ହେଲଥକୁ ବୁସ୍ଟ କରିଥାଏ। ପିତ୍ତ ଏସିଡ ସ୍ରାବକୁ ବଢ଼ାଇଥାଏ। ଗରମରେ ହେଉଥିବା ଅନେକ ପ୍ରକାର ରୋଗ ଏବଂ ଇନଫେକ୍ସନ ଠାରୁ ସୁରକ୍ଷା କରିଥାଏ।

– କଞ୍ଚା ଆମ୍ବ ବ୍ରେନକୁ ସୁସ୍ଥ ରଖିଥାଏ ଏବଂ ମୁଡକୁ ମଧ୍ୟ ଖୁସି ରଖିଥାଏ।

amba– ଏହା ଦାନ୍ତ ମାଢିରୁ ବାହାରୁଥିବା ରକ୍ତକୁ ବନ୍ଦ କରିଥାଏ। ଏହାସହିତ ମୁଖ ଦ୍ୱର୍ଗନ୍ଧ ଏବଂ ଦାନ୍ତଙ୍କୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ।

– ଏଷ୍ଟ୍ରିଜେଣ୍ଟ ଗୁଣ କାରଣରୁ ଏହା ଲୋମ ଛିଦ୍ରରେ ଥିବା ମଇଳା ଏବଂ ତେଲକୁ ଜମା ହେବାକୁ ଦିଏନାହିଁ। ଫଳରେ ବ୍ରଣ ସମସ୍ୟା ହୋଇନଥାଏ।

– ଏହା ବଡ଼ିରେ ଏସିଡିଟିକୁ କାଟିବାରେ ଏବଂ ହାର୍ଟବର୍ଣ୍ଣକୁ ଦୂର କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button