ରାଜ୍ୟ

ଅଜାଣତରେ କରୁଥିବା ଏହି ୫ ଭୂଲ ପାଇଁ ଆପଣଙ୍କ ଘର ଛାଡି ଦିଅନ୍ତି ମାତା ଲଷ୍ମୀ

ଧନର ଦେବୀ ମାତା ଲଷ୍ମୀଙ୍କ କୃପା ସମସ୍ତେ ପାଇବାକୁ ଚାହାନ୍ତି। କାରଣ ଲଷ୍ମୀଙ୍କ କୃପା ପାଇବା ଦ୍ୱାରା କୌଣସି ପ୍ରକାର ଆର୍ଥିକ ସମସ୍ୟା ହୋଇନଥାଏ। ଏଥିପାଇଁ ଲୋକମାନେ ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ପ୍ରକାର ଉପାୟକୁ ଆପଣେଇଥାନ୍ତି। କିନ୍ତୁ ଅନେକ ବ୍ୟକ୍ତି ଅଜାଣତରେ ଏମିତି କିଛି ଭୁଲ କରିଦିଅନ୍ତି ଯାହାଦ୍ୱାରା ମାତା ଲଷ୍ମୀ କ୍ରୋଧିତ ହୋଇଯାନ୍ତି ଏବଂ ମା ଲଷ୍ମୀ ଘରେ ପ୍ରବେଶ କରନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଆପଣ ଅଜାଣତରେ କରୁଥିବା ସେହି ଭୁଲ ବିଷୟରେ।

ଦୀପ

ଯେଉଁ ଘରେ ସକାଳ ଏବଂ ସଂଧ୍ୟା ସମୟରେ ଦୀପ ଏବଂ ଆଳତି କରାଯାଏନାହିଁ, ସେହି ଘରେ ମାତା ଲଷ୍ମୀ କେବେବି ବାସ କରନ୍ତିନାହିଁ।

ସୂର୍ଯ୍ୟଦ୍ୱୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା

ଶାସ୍ତ୍ରରେ ସୂର୍ଯ୍ୟଦ୍ୱୟ ପରେ ଏବଂ ସୂର୍ଯ୍ୟାସ୍ତ ସମୟରେ ଶୋଇବା ବର୍ଜିତ ବୋଲି ଧରାଯାଏ। ଏହି ସମୟରେ ଶୋଇବା ଦ୍ୱାରା ମାତା ଲଷ୍ମୀ କ୍ରୋଧିତ ହୋଇଯାନ୍ତି।

ମଇଳା କପଡା

ଯେଉଁ ବ୍ୟକ୍ତି ମଇଳା ତଥା ଅପରିଷ୍କାର ଭାବରେ ରୁହନ୍ତି, ତାଙ୍କ ଘରୁ ଲଷ୍ମୀ ଦୁରେଇ ଯାଆନ୍ତି।

କ୍ରୋଧ

ଯେଉଁ ବ୍ୟକ୍ତି ସବୁବେଳେ ଘରେ ନିଜ ପରିବାର ଲୋକଙ୍କ ଉପରେ କ୍ରୋଧିତ ହୋଇଥାନ୍ତି କିମ୍ବା କଳି ଝଗଡା କରନ୍ତି , ତେବେ ଧନର ଲଷ୍ମୀ ସେହି ଘରେ କେବେବି ନିଜର କୃପା ଦୃଷ୍ଟି ରଖନ୍ତିନାହିଁ।

ଅନାଦର

ଯେଉଁଠି ଗୁରୁ, ସାଧୁ ଏବଂ ଶାସ୍ତ୍ରର ଅନାଦର ହୋଇଥାଏ। ସେଠାରେ ମାତା ଲଷ୍ମୀ ନିଜର ନିବାସ ସ୍ଥାନ କେବେବି କରନ୍ତିନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button