ମାଇଗ୍ରେନ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଏମିତି ବ୍ୟବହାର କରନ୍ତୁ ସୋରିଷ

ଘରେ ଘରେ ସୋରିଷକୁ ସମସ୍ତେ ବିଭିନ୍ନ ପ୍ରକାରରେ ବ୍ୟବହାର କରାଯାଏ । ଯେପରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସୋରିଷ ଦରକାରୀ ହୋଇଥାଏ ସେହିପରି ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଏହା ବେଶ୍ ଲାଭଦାୟକ ରହିଥାଏ । କାରଣ ଏଥିରେ ରହିଥିବା କପର, ଆଇରନ, ମାଗ୍ନେସିୟମ ଏବଂ ସେଲେନିୟମ ଭଳି ତତ୍ତ୍ୱ ଶରୀରକୁ ଶକ୍ତି ଯୋଗାଇଥାଏ । ଆସନ୍ତୁ ଜାଣିବା ସୋରିଷ କେଉଁ କେଉଁ ସମସ୍ୟାରୁ ମୁକ୍ତି ଦେଇଥାଏ ।
– ପ୍ରତିଦିନ ରାତିରେ ଗୋଟିଏ ଚାମଚ ସୋରିଷ ଭିଜାଇ ସକାଳୁ ଏହାକୁ ପାଣିକୁ ମୁହଁରେ ଲଗାନ୍ତୁ । ୧୦ ମିିଟ୍ ପରେ ଧୋଇ ଦିଅନ୍ତୁ । ମୁଖରେ ଦେଖାଯାଉଥିବା ବ୍ରଣ, ବ୍ଲାକହେଡ୍ସ ଏବଂ ତୈଳାକ୍ତ ତ୍ୱଚାର ଅସୁବିଧାକୁ ଦୂର କରିଥାଏ ।

– ସୋରିଷକୁ ଗୁଣ୍ଡକରି ଏଥିରେ କର୍ପୂର ମିଶାଇ ଗଣ୍ଠିରେ ମାଲିସ କଲେ ସେଥିରେ ଆରାମ ମିଳିଥାଏ ।
– ଅଧ ଚାମଚ ସୋରିଷକୁ ଗୁଣ୍ଡକରି ଗୋଟିଏ ଚାମଚ ମହୁରେ ମିଶାନ୍ତୁ । ଏହାକୁ ପ୍ରତିଦିନ ଖାଇଲେ ଜ୍ୱରରୁ ମୁକ୍ତି ମିଳିବ ।
-ସୋରିଷ ତେଲରେ ଲୁଣ ମିଶାଇ ଦାନ୍ତରେ ଘଷିଲେ ଦାନ୍ତ ବିନ୍ଧା ଦୂରହେବା ସହିତ ପାଇରିଆ ସମସ୍ୟା ମଧ୍ୟ ଚାଲିଯାଇଥାଏ ।

– ସୋରିଷକୁ ବାଟି ମୁଣ୍ଡରେ ଲଗାଇଲେ ମାଇଗ୍ରେସନରୁ ମୁକ୍ତି ମିଳିଥାଏ । ଏହା ସହିତ କେଶ ଝଡିବାକୁ ମଧ୍ୟ ରୋକଥାଏ ।
– ୨ ଚାମଚ ସୋରିଷକୁ ଏକ ସୂତା କପଡାରେ ବାନ୍ଧି କିଛି ସମୟ ରଖନ୍ତୁ, ଏହା ଦ୍ୱାରା ବିନ୍ଧା ଏବଂ ଦରଜରୁ ମୁକ୍ତି ମିଳିଥାଏ ।
– ୨ ଚାମଚ ସୋରିଷକୁ ଭାଜି ପେଷ୍ଟ କରି ଏହାକୁ ପାଦ ଏବଂ ହାତରେ ମସାଜ କଲେ, ହାର୍ଟ ସମସ୍ୟାରୁ ମୁକ୍ତି ମିଳିଥାଏ ।




