ରାଜ୍ୟ

ଭସାଣିରେ ଲେଜର ଲାଇଟ୍ ଓ ଫାୟାର ଗନ୍ ମନା

କଟକ : ଦୁର୍ଗା ପୂଜା ଭସାଣିରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ହେବନି । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଦୁର୍ଗାପୂଜା ପାଇଁ ପୂର୍ବରୁ ରାଜଧାନୀ ଭୁବନେଶ୍ଵର ଏବଂ କଟକରେ କମିଶନରେଟ ପୁଲିସ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଥିଲା। ମଦମୁକ୍ତ ଭସାଣି ଏବଂ ଡିଜେମୁକ୍ତ ରୋଷଣିକୁ ଗୁରୁତ୍ଵ ଦିଆଯାଇଥିଲା ।

ଡିଜେକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ଏବେ ବୈଠକରେ ଲେଜର ଲାଇଟ୍ ଓ ଫାୟାର ଗନ୍ ଆଦୌ ବ୍ୟବହାର ହେବନି ବୋଲି ନିଷ୍ପତ୍ତି ନିଆଯାଇଛି । ବୈଠକରେ ପୁଣି ନିଶାମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ଉପରେ ଗୁରୁତ୍ବ ଦିଆଯାଇଛି । କହିରଖୁଛୁ ବୈଠକରେ ଜିଲାପାଳ, ମେୟର, ବିଧାୟକ ଓ କମିଟି ସଦସ୍ୟ ସାମିଲ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button