ରାଜ୍ୟ

ଗୋରୁଙ୍କୁ ବ୍ୟାପୁଛି ଚର୍ମବିଣ୍ଡି ରୋଗ – Ibnodisha

[ad_1]

ପଣ୍ଡାପଡ଼ା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ପଟିଲୋ ଏଲ୍‌ଆଇ କାର୍ଯ୍ୟାଳୟ ଅନ୍ତର୍ଗତ ଦେଓବନ୍ଧ ଗ୍ରାମରେ ଗାଈଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପିଛି। ଗାଈଗୋରୁଙ୍କ ଶରୀର ବିଭିନ୍ନ ଫୋଟକା ହୋଇ କ୍ଷତ ସୃଷ୍ଟି ହେଉଛି। ଗାଁର ଶ୍ୟାମସୁନ୍ଦର ପଲେଇଙ୍କ ୪ଟି, ସନାତନ ବେହେରାଙ୍କ ୩ଟି, ରବୀନ୍ଦ୍ର ବାରିକଙ୍କ ଦୁଇଟି, ଭଗବାନ ବେହେରାଙ୍କ ୪ଟି ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଲୋକଙ୍କ କହିବା ହେଲା ସପ୍ତାହେ ହେଲା ଗାଁରେ ଗାଈଗୋରୁଙ୍କୁ ଚର୍ମବିଣ୍ଡି ରୋଗ ବ୍ୟାପିଛି। ପ୍ରାଣୀ ଚିକିତ୍ସାକେନ୍ଦ୍ରର କର୍ମଚାରୀମାନେ ଆସି  ଇଞ୍ଜେକ୍ସନ ଦେଇ ଯାଉଛନ୍ତି। ଗୋଟିଏ ଇଞ୍ଜେକ୍ସନକୁ ବାବଦକୁ ଦେଢ଼ଶହରୁ ଦୁଇଶହ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି। ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ କିଛି ଔଷଧ ମାଗଣାରେ ମିଳୁ ନାହିଁ। ଏନେଇ ପଟିଲୋ ପ୍ରାଣୀଧନ ନିରୀକ୍ଷକ ଅମରଦୀପ ସାହୁଙ୍କୁ ପଚାରିବାରୁ, ଏଥିପାଇଁ ସରକାରୀ ସୁବିଧା ଯାହା ରହିଛି ତାହା ଲୋକଙ୍କୁ ଯୋଗାଇ ଦିଆଯାଉଥିବା କହିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button