ରାଜ୍ୟ

ଅପର ଜୋଙ୍କ କେନାଲରେ ପଡ଼ୁଛି ନାଳ ପାଣି; ଜିଲ୍ଲାପାଳଙ୍କୁ ଭେଟିଲେ ଯୁବଗୋଷ୍ଠୀ – Ibnodisha

[ad_1]

ନୂଆପଡ଼ା: ନୂଆପଡ଼ା ସଦର ଅପର ଜୋଙ୍କ କେନାଲରେ ନାଳ ନର୍ଦ୍ଦମା ଓ ଘରୋଇ ଅପରିଷ୍କାର ପାଣି ଛଡ଼ା ଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି। ଏହା ଦ୍ବାରା ନେନାଲ ପାଣି ବ୍ୟବହାର କରୁଥିବା ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ବିଜ୍ଞାପିତ ପରିଷଦ ୫, ୬ ଓ ୭ନଂ ୱାର୍ଡବାସୀ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅପରଜୋଙ୍କ ଜଳ ସେଚନ ପ୍ରକଳ୍ପ ପତୋରାର କେନାଲ ନୂଆପଡ଼ା ସଦର ବିଜ୍ଞାପିତ ପରିଷଦର ୱାର୍ଡ ନଂ ୫, ୬ ଓ ୭ ଦେଇ ଯାଇଛି। ସେହି କେନାଲ ପାଣିକୁ ଲୋକେ ଜମିରେ ମଡ଼ାଇବା ସହ ସ୍ନାନଶୌଚାଦି କାର୍ଯ୍ୟରେ ବ୍ୟବହାର କରୁଛନ୍ତି। ହେଲେ ସେଠାରେ ନାଳନର୍ଦ୍ଦମା ପାଣି ଚଡ଼ା ଯାଉଥିବାରୁ ଲୋକେ ବହୁ ରୋଗର ଶିକାର ହେଉଛନ୍ତି। ଏନେଇ ପୂର୍ବରୁ ମଧ୍ୟ ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଶୁଣୁନଥିବାରୁ ଅସନ୍ତୋଷ ଦେଖାଦେଇଛି। ଜିଲ୍ଲାପାଳ ଏଦିଗରେ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ରୋହିତ ସାହୁ, ଟିଙ୍କୁ ପଣ୍ତା, ନୀଳାମ୍ବର କୁଳଦୀପ, ରାମ ପ୍ରସାଦ ସାହୁ, ଚମୁଲାଲ ଉଜିର, ପୁନିତରାମ ସାହୁ, କୁମାର ଚନ୍ଦ ସାହୁ, ଚରଣ ସିଂ ମାଝୀ, ହିତେଶ ସାହୁ, ରାମ ଗୁଲାଲ ସାହୁ, ଅଳକାରାମ ସାହୁ, ସରଦ ସାହୁ, ହୋମସିଂ ମାଝୀ, ଗୋପାଳ ପଟେଲ ପ୍ରମୁଖ ଦାବି କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button