ରାଜ୍ୟ

ପ୍ରମାଣ ଅଭାବରୁ ୪ ହତ୍ୟା ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ – Ibnodisha

[ad_1]

ବଲାଙ୍ଗୀର: ୨୦୧୨ ମସିହା ଫେବ୍ରୁଆରି ୧ ତାରିଖରେ ବଲାଙ୍ଗୀର ସଦର ଥାନା ଥପାପାଲି ଗାଁରେ ୱାର୍ଡସଭ୍ୟ ନିର୍ବାଚନକୁ କେନ୍ଦ୍ର କରି ପ୍ରାର୍ଥୀ ଏକାଦଶିଆ ମାଝୀଙ୍କୁ ସେହି ଗାଁ ଦେବେନ୍ଦ୍ର ଥପା, ଗୋପାଳ ଥପା, ଭାଗୀରଥି ଥପା, ମହେନ୍ଦ୍ର ଥପା ଓ ମାଡ୍ରାସି ଥପା ଅପହରଣ କରି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ମୃତକଙ୍କ ବାପା ଶଙ୍ଖେଶ୍ୱର ମାଝୀଙ୍କ ଏତଲା ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଉକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଏମାନେ ଜେଲ୍‌ ଯାଇଥିଲେ। ଏହି ମକଦ୍ଦମାର ଶୁଣାଣି ବଲାଙ୍ଗୀର ଦୌରା ଜଜ୍‌ଙ୍କ ଅଦାଲତରେ ଚାଲିଥିଲା। ଗିରଫ ୫ଜଣଙ୍କ ମଧ୍ୟରୁ ମାଡ୍ରାସି ଥପାଙ୍କ ବିଚାରାଧୀନ ଅବସ୍ଥାରେ ଜେଲ୍‌ରେ ତାଙ୍କ ମୃତ୍ୟୁ ହୋଇ ସାରିଥିଲା। ଅନ୍ୟମାନେ ହାଇକୋର୍ଟରୁ ଜାମିନରେ ବାହାରିଥିଲେ। ବୁଧବାର ଦୌରାଜଜ୍ ଲଲାଟେନ୍ଦୁ ଜେନା ପ୍ରମାଣ ଅଭାବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ମୁଦାଲାଙ୍କ ପକ୍ଷରୁ ଆଇନଜୀବୀ ଅଙ୍କିତା ତ୍ରିପାଠୀ ମକଦ୍ଦମା ପରିଚାଳନା କରୁଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button