ପୁଅର ମୃତଦେହକୁ ସାଥିରେ ବୋହି ମା’ ମାଗୁଛି ସାହାଯ୍ୟ – Ibnodisha
[ad_1]
ଲକ୍ଷ୍ନୌ: ପୁଅର ମୃତଦେହ ସତ୍କାର ପାଇଁ ସହାୟତା ଭିକ୍ଷା କରୁଛି ଜଣେ ବୃଦ୍ଧା ମା’ । ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ । ଭାଇରାଲ ଭିଡିଓରେ ଜଣେ ବୟସ୍କା ମା ନିଜ ପୁଅର ମୃତ ଦେହକୁ ଠେଲା ଗାଡିରେ ରଖି ମୃତଦେହ ସଂସ୍କାର ପାଇଁ ଆର୍ôଥକ ସାହାଯ୍ୟ ଭିକ୍ଷା କରୁଥିବା ଦେଖାଯାଉଛି । ଏହି ଭିଡିଓଟି ଉତ୍ତରପ୍ରଦେଶର ଜିଲ୍ଲା ମିରଟ ଅଞ୍ଚଳର ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆରେ ମିରଟର ଏକ ଭିଡିଓ ବେଶ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ବୟସ୍କା ମା’ ଠେଲାଗାଡିରେ ନିଜ ପୁଅର ମୃତଦେହକୁ ରଖି ସାହାଯ୍ୟ ଭିକ୍ଷା କରୁଛନ୍ତି । ପୁଅର ଶବ ସତ୍କାର ପାଇଁ ଆବଶ୍ୟକ ଟଙ୍କା ଯୋଗାଡ କରିବା ପାଇଁ ମା ଏଭଳି କରୁଥିବା ଭିଡିଓରୁ ଜଣା ପଡୁଛି । ଏକ ଭିଡ ରାସ୍ତାରେ ଟଙ୍କା ପାଇଁ ସମସ୍ତଙ୍କୁ ନେହୁରା ହେଉଥିବା ବେଳେ କେହି ବି ସାହାଯ୍ୟର ହାତ ବଢାଇନଥିବା ଦେଖିବାକୁ ମିଳୁଛି । ଠେଲା ଗାଡିଟି ମୃତ ଯୁବକଙ୍କ ସାନ ଭାଇ ନେଉଯାଉଥିବା ବେଳେ ବୟସ୍କା ମା’ଟି ସମସ୍ତଙ୍କୁ ଟଙ୍କା ପାଇଁ ନେହୁରା ହେଉଛନ୍ତି ।
ସୂଚନା ଅନୁଯାୟୀ, ଏହି ଭାଇରାଲ ଭିଡିଓଟି ମିରଟ ଜିଲ୍ଲାର ତେଜଗଢି ଛକ ନିକଟର ହୋଇଥିବା ଜଣାପଡିଛି । ଏହି ଛକରେ ମଙ୍ଗଳବାର ଦିନ ଜଣେ ଅସହାୟ ମା’ ନିଜ ପୁଅର ମୃତଦେହର ଅନ୍ତିମ ସଂସ୍କାର ପାଇଁ ସହାୟତା ମାଗୁଥିଲେ । ଏହି ସମୟରେ କେହି ଜଣେ ବି ତାଙ୍କୁ ସାହାଯ୍ୟର ହାତ ବଢାଇନଥିବା ଦେଖିବାକୁ ମିଳିଥିଲା । ପରିଶେଷରେ ମା’ ଜଣକ ନିଜ ସାନ ପୁଅ ଓ ଆଉ ଏକ ପୁଅର ମୃତଦେହକୁ ସାଥିରେ ଧରି ଥାନା ପରିସରରେ ପହଞ୍ଚିଥିଲା । ସେଠାରେ କାର୍ଯ୍ୟରତ ଥାନା ଅଧିକାରୀ ଅମିତ ମଲିକ ବୟସ୍କା ମାକୁ ଆର୍ôଥକ ସାହାଯ୍ୟ କରିଥିବା ସୂଚନା ରହିଛି । ଥାନା ଅଧିକାରୀ ଜଣକ ନିଜେ ସାହାଯ୍ୟ କରିବା ସହ ସେଠାରେ ଥିବା ଅନ୍ୟ ଲୋକମାନଙ୍କୁ ବି ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଥାନା ଅଧିକାରୀ ଜଣକ ଅନ୍ୟମାନଙ୍କଠାରୁ ଚାନ୍ଦା ଆଦାୟ କରି ବୟସ୍କା ମା’ଙ୍କୁ ସାହାଯ୍ୟ କରିଥିଲେ । ପୋଲିସ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସବୁଠି ପ୍ରଶଂସା କରାଯାଇଛି ।
[ad_2]