ଜେଲ ସାମ୍ନାରେ ଛିଡ଼ା ହୋଇ ବୃଦ୍ଧ କରୁଛନ୍ତି ଗୁହାରି, ‘ଦୟା କରି ମୋତେ ବନ୍ଦୀ କରିଦିଆଯାଉ’ – Ibnodisha

[ad_1]

ନୂଆଦିଲ୍ଲୀ: କୌଣସି ଅପରାଧିକ ଘଟଣାରେ ଦୋଷୀ ସାବ୍ୟସ୍ତ ହେଲେ ଯାଇ ଜଣେ ବ୍ୟକ୍ତିଙ୍କୁ ଜେଲଦଣ୍ଡ ହୋଇଥାଏ। କିନ୍ତୁ କୌଣସି ବ୍ୟକ୍ତି ବା ଅପରାଧୀ ଜେଲଦଣ୍ଡ ଚାହାଁନ୍ତି ନାହିଁ। ଯଦି କୌଣସି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ହୋଇଯାଇଥାଏ ସେମାନେ ସେଥିରୁ କିପରି ମୁକୁଳିବେ ସେ ବ୍ୟବସ୍ଥା କରିଥାଆନ୍ତି। ନିକଟରେ ଜଣେ ୬୦ବର୍ଷର ବୃଦ୍ଧ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଉକ୍ତ ବୃଦ୍ଧ ଜଣକ ହେଉଛନ୍ତି ସ୍ପେନର ଗ୍ରେନାଡ଼ାର ଜଷ୍ଟୋ ମାର୍କେଜ। ଜଷ୍ଟୋର ମଲାଗାରେ ଉଲହୋରିନ ଡେ ଲା ଟୋରେ ଜେଲ ବାହାରେ ଅନେକଦିନ ହେବ ଛିଡ଼ା ହୋଇ ରହିଛନ୍ତି। ଆଉ ଆଶ ରଖିଛନ୍ତି କି ଦିନେ ନା ଦିନେ ତାଙ୍କୁ ଜେଲ ଭିତରକୁ ଯିବାକୁ ଅନୁମତି ଦିଆଯିବ।
ଜଷ୍ଟୋଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ସେ ଏକ ପୋଷ୍ଟର ନେଇ ଜେଲ ବାହାରେ ଛିଡ଼ା ହୋଇଛନ୍ତି। ଏହି ପୋଷ୍ଟରରେ ଲେଖା ହୋଇଛି, ‘ମୁଁ ଜେଲ ଯିବାକୁ ଚାହୁଁଛି।’
୬୦ବର୍ଷ ବୟସରେ ପ୍ରଦାର୍ପଣ କରିଥିବା ଜଷ୍ଟୋ ଅବସାଦ, ଚିନ୍ତା ଓ ହୃତପିଣ୍ଡ ସମସ୍ୟାରେ ପୀଡିତ ଅଛନ୍ତି। ଏହି ଘଟଣାକୁ ନେଇ ଜଷ୍ଟୋର କହିଛନ୍ତି, ‘ ୨୪ଘଣ୍ଟା ମୁଁ ଏଭଳି ଅବସ୍ଥାରେ ଏକା ରହି ପାରୁ ନାହିଁ। ବିରକ୍ତ ହୋଇଗଲିଣି। ବଞ୍ଚିବାକୁ ଆଉ ତିଳେ ଇଚ୍ଛା ନାହିଁ। ଆତ୍ମହତ୍ୟା ମହାପାପା ହେତୁ ବୃଦ୍ଧ ଅବସ୍ଥାରେ ତାହା ମୁଁ କରି ପାରିବି ନାହିଁ। ତେଣୁ ଜେଲ ହିଁ ମୋ ପାଇଁ ସବୁଠାରୁ ଭଲ ସ୍ଥାନ ବୋଲି ମୁଁ ଭାବୁଛି। କିନ୍ତୁ କୌଣସି ଅପରାଧ ଘଟଣାଇ ଜେଲ ଯିବାକୁ ଚାହୁଁନାହିଁ। ପ୍ରଶାସନ ମୋତେ ଜେଲ ଭିତରେ ରଖିବାକୁ ଅନୁମତି ଦିଅନ୍ତୁ।’
[ad_2]