ଦେଶ

ପୁଣି ଅଡୁଆ ବଢ଼ାଇଲେ କେଜରିୱାଲ – Ibnodisha

[ad_1]

ନୂଆଦିଲ୍ଲୀ : ବିରୋଧୀ ‘ଇନ୍‌ଣ୍ଡିଆ’ ମେଣ୍ଟର ଅଧିବେଶନ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ଦୁଇଦିନ ଧରି ମୁମ୍ବଇରେ ଅନୁଷ୍ଠିତ ହେବ। ଏହି ଅଧିବେଶନ ଅବସରରେ ଇନଣ୍ଡିଆ ମେଣ୍ଟର ନୂଆ ଲୋଗୋ ଉଦ୍‌ଘାଟିତ ହେବ ଓ ୨୦୨୪ ନିର୍ବାଚନ ନିମନ୍ତେ ଆସନ ବୁଝାମଣା ବାବଦରେ ଆଲୋଚନା ହେବ। ଇନ୍‌ଡିଆ ମେଣ୍ଟର ଏହି ବୈଠକ ଅବସରରେ ବିରୋଧୀ ଗୋଷ୍ଠୀରେ ଆଉ କେତେକ ନୂଆ ଦଳ ସାମିଲ ହେବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୂଚନା ଦେଇଛନ୍ତି। ଇନ୍‌ଡିଆ ମେଣ୍ଟରେ ଏବେ ୨୬ଟି ଦଳ ଥିବାବେଳେ ଏହାର ସଂଖ୍ୟା ୩୦କୁ ବୃଦ୍ଧି ପାଇବ ବୋଲି ନୀତୀଶ କହିଛନ୍ତି। କଂଗ୍ରେସ ମୁଖପାତ୍ର ଆଲୋକ ଶର୍ମା କହିଛନ୍ତି ଯେ ବିଜେପି ନେତୃତ୍ବ ଏନଡିଏ ମେଣ୍ଟରୁ ୪-୫ଟି ଦଳ ଇନ୍‌ଡିଆ ପଟକୁ ଆସିବେ।

ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଉତ୍ତର-ପୂର୍ବାଞ୍ଚଳର କେତେକ ଦଳ ଏନଡିଏ ଛାଡି ଇନ୍‌ଡିଅା ମେଣ୍ଟରେ ଯୋଗ ଦେବେ। ମୁମ୍ବଇରେ ହେବାକୁ ଯାଉଥିବା ବୈଠକକୁ ମହାବିକାଶ ଅଘାଡି ମେଣ୍ଟ ଆୟୋଜନ କରୁଛି। ଏହି ମେଣ୍ଟରେ ଶିବସେନା (ୟୁବିଟି), ଏନସିପି ଓ କଂଗ୍ରେସ ରହିଛନ୍ତି। ବିରୋଧୀ ଇନ୍‌ଡିଆ ମେଣ୍ଟ ଏହାର ତୃତୀୟ ଅଧିବେଶନ ଆୟୋଜନ କରିବାକୁ ଯାଉଥିବେଳେ ସହଯୋଗୀ ଦଳ ଆପ୍ ଏଥିରେ ଅଡୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ଆପ୍‌ ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଦେଇଥିବା ମନ୍ତବ୍ୟକୁ ନେଇ ମେଣ୍ଟର ଏକତା ନଷ୍ଟ ହେବାକୁ ଯାଉଛି। ଶନିବାର କେଜରିୱାଲ କହିଛନ୍ତି ଯେ ତାଙ୍କ ଦଳ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବ।

ଆପ୍ ସାଧାରଣ ସମ୍ପାଦକ ସନ୍ଦୀପ ପାଠକ ଦିଲ୍ଲୀରେ ଦଳର ବିହାର ୟୁନିଟ୍‌ ନେତା ଓ କର୍ମୀଙ୍କର ବୈଠକ କରିବା ଅବସରରେ କେଜରିୱାଲ ଏହା ଘୋଷଣା କରିଛନ୍ତି। ପାଠକ କହିଛନ୍ତି ଯେ ବିହାରରେ ଘୃଣ୍ୟ ରାଜନୀତି ଯୋଗୁଁ ରାଜ୍ୟର ବିକାଶ ହୋଇପାରୁ ନାହିଁ। ଆପ୍‌ର ଏପରି ମନ୍ତବ୍ୟ ବିହାରର ଶାସକ ଆରଜେଡି ଓ ଜେଡିୟୁ ମେଣ୍ଟକୁ ଆଘାତ ଦେଇଛି। ଆରଜେଡି ଓ ଜେଡିୟୁ ଇନ୍‌ଡିଆ ମେଣ୍ଟର ପ୍ରମୁଖ ସଦସ୍ୟ। ତେଣୁ ମେଣ୍ଟ ସଦସ୍ୟଙ୍କ ମଧ୍ୟରେ ଏପରି ଆରୋପ ଏକତାକୁ ନଷ୍ଟ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button