ଦେଶ

୬ମାସ ପାଇଁ ସାରା ରାଜ୍ୟକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲେ ମଣିପୁର ସରକାର – Ibnodisha

[ad_1]

ଇମ୍ଫାଲ: ୬ମାସ ପାଇଁ ସାରା ରାଜ୍ୟକୁ ଅଶାନ୍ତ ଅଞ୍ଚଳ ଘୋଷଣା କଲେ ମଣିପୁର ସରକାର। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ଦିନ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ(ଏଏଫଏସପିଏ) ଅନୁଯାୟୀ ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି। ତେବେ ରାଜଧାନୀ ଇମ୍ଫାଲ ସମେତ ୧୯ଟି ପୁଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳକୁ ଏଥିରୁ ବାଦ ଦିଆଯାଇଛି।

ରାଜ୍ୟ ସରକାର ଏକ ବିଜ୍ଞପ୍ତିରେ କହିଛନ୍ତି ଯେ ବିଭିନ୍ନ ଚରମପନ୍ଥୀ ଗୋଷ୍ଠୀର ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ସମଗ୍ର ରାଜ୍ୟରେ ସଶସ୍ତ୍ର ବାହିନୀର ଆବଶ୍ୟକତା ରହିଛି। ତେଣୁ ସମଗ୍ର ରାଜ୍ୟକୁ ଅଶାନ୍ତ ଅଞ୍ଚଳ ଘୋଷଣା କରାଯାଉଛି। ହେଲେ ଏଥିରୁ ୧୯ଟି ପୁଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳ- ଇମ୍ଫାଲ, ଲ୍ୟାମ୍ଫେଲ, ସିଟି, ସିଙ୍ଗଜାମାଇ, ସେକମାଇ, ଲାମସାଙ୍ଗ, ପାଟସୋଇ, ୱାଙ୍ଗୋଇ, ପୋରୋମ୍ପାଟ, ହେଙ୍ଗାଙ୍ଗ, ଲାମଲାଇ, ଇରିଲବଙ୍ଗ, ଲେଇମାଖୋଙ୍ଗ, ଥୋଉବାଲ, ବିଷ୍ଣୁପୁର, ନାମ୍ବୋଲ, ମୋଇରଙ୍ଗ, କାକଚିଙ୍ଗ ଏବଂ ଜିରିବାମକୁ ବାଦ୍ ଦିଆଯାଇଛି। ଅର୍ଥାତ୍ ଏହି ଅଞ୍ଚଳ ଅଶାନ୍ତ ଅଞ୍ଚଳ ଅଧୀନରେ ଆସିବ ନାହିଁ।

ତେବେ ଗତ କିଛି ଦିନ ହେବ ମଣିପୁରରେ ହିଂସା ଥମିଥିବା ବେଳେ ନିଖୋଜ ଛାତ୍ରଛାତ୍ରୀଙ୍କୁ ହତ୍ୟା କରାଯାଇଥିବାର ଫଟୋ ଭାଇରାଲ ହେବାରୁ ମଣିପୁରରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ଇଣ୍ଟରନେଟ ସେବା ବନ୍ଦ କରାଯିବା ସହ ବିଦ୍ୟାଳୟ ବି ବନ୍ଦ ରହିଛି। ଗତ ଜୁଲାଇ ୬ ତାରିଖରୁ ନିଖୋଜ ଥିବା ମଣିପୁରର ଦୁଇ ଛାତ୍ରଛାତ୍ରୀଙ୍କ ଫଟୋ ସେପ୍ଟେମ୍ବର ୨୫ରେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିଲା। ଉଭୟଙ୍କ ହତ୍ୟା ପୂର୍ବର ଏବଂ ହତ୍ୟା ପରର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ। ଭାଇରାଲ ହେଉଥିବା ଗୋଟିଏ ଫଟୋରେ ଜଣେ ଛାତ୍ରୀ ଓ  ଛାତ୍ର ଘାସ ଗାଲିଚାରେ ବସିଥିବାର ଦେଖା ଯାଇଥିବା ବେଳେ ସେମାନଙ୍କ ପଛରେ ଦୁଇଜଣ ସଶସ୍ତ୍ର ବ୍ୟକ୍ତିଙ୍କୁ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଏକ ଫଟୋରେ ଦୁଇ ଛାତ୍ରଛାତ୍ରୀଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ଛାତ୍ରୀଙ୍କ ବୟସ ୧୭ ହୋଇଥିବା ବେଳେ ଛାତ୍ରଙ୍କ ବୟସ ୨୦ ବର୍ଷ ଥିଲା ବୋଲି କୁହାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button