ଦେଶ

୨୦୧୮ ପରଠୁ ବିଦେଶକୁ ପାଠପଢିବାକୁ ଯାଇଥିବା ୪୦୩ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, କାନାଡାରେ ସର୍ବାଧିକ – Ibnodisha

[ad_1]

ନୂଆଦିଲ୍ଲୀ : ଭାରତର ଅନେକ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା କରିବା ଉଦ୍ଦେଶ୍ୟରେ ଅନ୍ୟ ଦେଶକୁ ଯାଆନ୍ତି।  ଏହିପରି ଦେଶ ମଧ୍ୟରେ ଆମେରିକା, ଇଂଲଣ୍ଡ, ଋଷ ଏବଂ କାନାଡାର ନାମ ପ୍ରଥମେ ଆସେ । ଡାକ୍ତରୀ ପାଠ ହେଉ କି ଅନ୍ୟ କୌଣସି ଉଚ୍ଚଶିକ୍ଷା ପାଇଁ ପିଲାମାନଙ୍କୁ ସେମାନଙ୍କ ବାପା-ମା ଲକ୍ଷ ଲକ୍ଷ ଖର୍ଚ୍ଚ କରି ବିଦେଶକୁ ପଠାନ୍ତି। କିନ୍ତୁ ଏହାରି ଭିତରେ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯାହା ବେଶ ଚିନ୍ତାଜନକ। କାରଣ ୨୦୧୮ ମସିହା ପରଠୁ ବିଦେଶକୁ ପାଠ ପଢିବାକୁ ଯାଇଥିବା ପିଲାମାନଙ୍କ ମଧ୍ୟରୁ ୪୦୩ ଜଣଙ୍କର ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି। ବିଶ୍ୱର ୩୪ଟି ଦେଶକୁ ପାଠ ପଢିବାକୁ ଯାଇ ମୃତ ଅବସ୍ଥାରେ ଫେରିଛନ୍ତି ୪୦୩ ପିଲା। ତେବେ ୩୪ଟି ଦେଶ ମଧ୍ୟରୁ ସର୍ବାଧିକ ୯୧ ଜଣ ଭାରତୀୟ ଛାତ୍ରଛାତ୍ରୀ କେବଳ କାନାଡାରେ ମୃତ୍ୟୁ ବରଣ କରିଛନ୍ତି। ଗତକାଲି ଅର୍ଥାତ ଗୁରୁବାର କେନ୍ଦ୍ର ସରକାରଙ୍କ ବୈଦେଶିକ ବ୍ୟାପାର(ରାଜ୍ୟ ପାହ୍ୟା) ମନ୍ତ୍ରୀ ଭି ମୁରଲୀଧରନ ରାଜ୍ୟସଭାରେ ତଥ୍ୟ ଉପସ୍ଥାପନ କରି କହିଛନ୍ତି ଯେ, ବିଭିନ୍ନ କାରଣରୁ ଯେପରିକି ପ୍ରାକୃତିକ ବିପର୍ଯ୍ୟୟ ତଥା ଦୁର୍ଘଟଣା କାରଣରୁ ୨୦୧୮ ପରଠାରୁ ୪୦୩ ଭାରତୀୟ ଛାତ୍ରଛାତ୍ରୀ ବିଦେଶରେ ପ୍ରାଣ ହରାଇଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ୨୦୧୮ ପରଠାରୁ କାନାଡାରେ ୯୧ ଜଣ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହା ପରେ ବ୍ରିଟେନରେ (୪୮), ଋଷ (୪୦), ଯୁକ୍ତରାଷ୍ଟ୍ର ଆମେରିକା (୩୬), ଅଷ୍ଟ୍ରେଲିଆ (୩୫), ୟୁକ୍ରେନ (୨୧), ଜର୍ମାନୀ, ସାଇପ୍ରସ (୧୪), ଇଟାଲୀ ଏବଂ ଫିଲିପାଇନ୍ସ (୧୦) ପିଲାଙ୍କ ମୃତ୍ୟୁ ହୋଇଛି।ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ୍ ବିଦେଶରେ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ କେନ୍ଦ୍ରର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱାରୋପ କରି ଭବିଷ୍ୟତରେ କୌଣସି ଅଘଟଣକୁ ରୋକିବା ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଦେଶରେ ଭାରତୀୟ ଛାତ୍ରମାନଙ୍କ ସୁରକ୍ଷା ଭାରତ ସରକାରଙ୍କ ପାଇଁ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଅଟେ। ଏଥିପାଇଁ ବରିଷ୍ଠ ଅଧିକାରୀମାନେ ଭାରତୀୟ ଛାତ୍ର ଏବଂ ସେମାନଙ୍କ ସଙ୍ଗଠନ ସହିତ ନିୟମିତ ଯୋଗାଯୋଗ ପାଇଁ ବିଶ୍ୱବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ପରିଦର୍ଶନ କରନ୍ତି। ସରକାର ମଧ୍ୟ ଭାରତୀୟ ପିଲାମାନଙ୍କ ମୃତ୍ୟୁକୁ ଗୁରୁତର ସହ ନେଇ ଘଟଣାର ସଠିକ୍ ଅନୁସନ୍ଧାନ ପାଇଁ ସମ୍ପୃକ୍ତ ଦେଶର କର୍ତ୍ତୃପକ୍ଷଙ୍କ ସହ ତୁରନ୍ତ ଯୋଗାଯୋଗ କରୁଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button