ଦେଶ

ଦେଶର ଲୋକଙ୍କ ପାଇଁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଟିକିଏ ବି ଚିନ୍ତା ନାହିଁ : ମୋଦି – Ibnodisha

[ad_1]

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଉଧମପୁରରେ ଏକ ରାଜନୈତିକ ସଭାକୁ ସମ୍ବୋଧିତ କରି ୨ଟି ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ମିଳିବ ଏବଂ ଖୁବଶୀଘ୍ର ଏଠାରେ ବିଧାନସଭା ନିର୍ବାଚନ ହେବ। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ବାରମ୍ବାର ଏଠାରେ ନିର୍ବାଚନ କରିବାକୁ ବିଭିନ୍ନ ରାଜନୈତିକ ଦଳ ଦାବି କରି ଆସୁଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରି ଜାମ୍ମୁ କାଶ୍ମୀରର ଉଦାମପୁରରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, “ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର ସମୟ ଏତେ ଦୂର ନୁହେଁ। ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ମିଳିବ। ଆପଣ ବିଧାୟକ ଏବଂ ମନ୍ତ୍ରୀମାନଙ୍କ ସହିତ ନିଜର ସ୍ୱପ୍ନ ବାଣ୍ଟିବାକୁ ସମର୍ଥ ହେବେ।’’ ୨ଟି ବଡ ଘୋଷଣା ସହ କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ମୋଦୀ କହିଛନ୍ତି, ‘‘ଦେଶର ଲୋକଙ୍କ ପାଇଁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ଟିକିଏ ବି ଚିନ୍ତା ନାହିଁ । ଲୋକଙ୍କ ଭାବନା ସହ ଖେଳିବାରେ ସେମାନେ ମଜା ପାଉଛନ୍ତି । ନବରାତ୍ରୀରେ ଆମିଷ ଖାଇ ଏହାର ଭିଡ଼ିଓ ଛାଡି ଲୋକଙ୍କ ଭାବନା ସହ ଖେଳୁଛନ୍ତି । ଏଭଳି କରି ବିରୋଧୀ କାହାକୁ ଖୁସି କରିବାକୁ ଚାହୁଁଛନ୍ତି? ଏହି ପ୍ରସଙ୍ଗ ଉଠାଇବା ପରେ କିଛି ଲୋକ ମୋତେ ଗାଳି ଦେବେ। କିନ୍ତୁ ଯେତେବେଳେ କୌଣସି କଥା ସହିହେବନି ସେତେବେଳେ ଦେଶବାସୀଙ୍କୁ ଠିକ୍ ରାସ୍ତା ଦେଖାଇବା ମୋର ଦାୟିତ୍ୱ। ମୋଗଲମାନଙ୍କ ଚିନ୍ତାଦ୍ୱାରାକୁ ଆଣି ବିରୋଧୀ ରାଜନୀତି କରୁଛନ୍ତି।’’

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button