ରାଜ୍ୟ

କଂଗ୍ରେସରେ ମିଶିଲେ ଅସିତ୍ ପଟ୍ଟନାୟକ – Ibnodisha

[ad_1]

ଭୁବନେଶ୍ବର : ଭଦ୍ରକ ବିଜେଡିର ଉପସଭାପତି ଅସିତ୍ ପଟ୍ଟନାୟକ ନିଜର ଶତାଧ୍ଵ ସମର୍ଥକଙ୍କ ସହ ବିଧବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ଭାଗରୁ ଆଜି ବହୁ ଜିଲ୍ଲାର ଆଗଧାଡ଼ିର ନେତା ଓ କର୍ମୀମାନେ ବିଜେପି ଓ ବିଜେଡି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ସ୍ବାଗତ କରିଛନ୍ତି । କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ନେତା ଅସିତ୍ ପଟ୍ଟନାୟକଙ୍କ ନେତୃତ୍ବରେ ସମିତି ସଭ୍ୟ ଓ ବହୁ କର୍ମୀ କଂଗ୍ରେସରେ ଯୋଗଦାନ କରିଛନ୍ତି । ସେହିପରି ଖଲିକୋଟର ବିଜେପି ନେତା ପ୍ରହଲ୍ଲାଦ ବେହେରା, ଢେଙ୍କାନଳ ଜିଲ୍ଲାର ବିଜେଡି ନେତା ପ୍ରଦୀପ୍ତ ସାହୁ, ଆସ୍କାର ବିଜୁ ଜନତା ଦଳର ନେତ୍ରୀ, ସୁରଭୀ ବିଶୋଇ, ରଜନୀକାନ୍ତ ପାଢ଼ୀ, ଜ୍ୟୋତି ରନ ପରିଡ଼ା, ବନମାଳୀ ସାମଲ, ସୂର୍ଯ୍ୟ ନାୟକ, ସାଗର ପ୍ରଧାନ, ନାରାୟଣ ପାଢ଼ୀ, ମନମୋହନ ପାଢ଼ୀ, ଦିଲ୍ଲୀପ ମହାରଣା, ବଲ୍ଲଭ ସାହୁ, ଶିବାନନ୍ଦ ପଟ୍ଟନାୟକ, ମନୁ ରାଉଳ, ତ୍ରିଲୋଚନ ବେହେରା ପ୍ରମୁଖ ବହୁ ନେତା ବିଜେପି ଓ ବିଜେଡ଼ି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ଭକ୍ତ ଦାସ, ପଂଚାନନ କାନୁନଗୋ, ଶିବାନନ୍ଦ ରାୟ, ମାନସ ଚୌଧୁରୀଭୂକ ସମେତ ବହୁ ନେତା ଉପସ୍ଥିତ ଥିଲେ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button