ରାଜ୍ୟ

ଗାଁ ଜଗୁଛନ୍ତି ବନକର୍ମଚାରୀ, ଚାଷ ଉଜାଡୁଛନ୍ତି ହାତୀପଲ – Ibnodisha

[ad_1]

ବେତନଟୀ ରେଞ୍ଜରେ ବଣୁଆ ହାତୀ ଉପଦ୍ରବ, ଏକର ଏକର ଧାନ ଚାଷ ଉଜାଡ଼ିଲେ

ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ କୁରାଢ଼ିକ ଗ୍ରାମାଞ୍ଚଳ ଏକର ଏକର ଧାନବିଲରେ ହାତୀପଲ ପଶି ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ବିଲରେ ପଶି ଚାଷୀମାନଙ୍କ ଧାନ ଫସଲ ଉଜାଡିବା ଦେଇଥିବାରୁ ସେମାନେ ଚିନ୍ତାରେ ପଡିଛନ୍ତି। ଗ୍ରାମର ସଚ୍ଚିଦାନନ୍ଦ ମହାନ୍ତ, ପୂର୍ଣଚନ୍ଦ୍ର ମହାନ୍ତ, ନରେନ୍ଦ୍ର ମହାନ୍ତ, ଯନ୍ମେଜୟ ମହାନ୍ତ, ରାଇବୁ ସୋରେନ, ଅଶୋକ ମହାନ୍ତ, ଚୁନୁରାମ ମହାନ୍ତ, ଲାଙ୍ଗା ମୁର୍ମୁ, ଗୁରୁଚରଣ ମହାନ୍ତ, ଚନ୍ଦ୍ରମୋହନ ମହାନ୍ତ ପ୍ରମୁଖଙ୍କ ଏକର ଏକର ଚାଷ ଜମିରେ ହାତୀ ଦଳି ଚକଟି ଫସଲ ନଷ୍ଟ କରିଥିବା ସେମାନେ ପ୍ରକାଶ କରିଛନ୍ତି।

ବିଗତ କିଛି ଦିନ ହେଲା ଏହି ଅଞ୍ଚଳରେ ୨୧ଟିକିଆ ହାତୀପଲ ସ୍ଥାୟୀ ଭାବେ ରହି ଦିନକୁ ଦିନ ସେମାନଙ୍କର ଉତ୍ପାତ ବଢ଼ାଇବାରେ ଲାଗିଛନ୍ତି। ଗ୍ରାମବାସୀଙ୍କ କହିବା କଥା ପୂର୍ବରୁ ଗାଁ ଭିତରେ ପଶି ଘରଦ୍ୱାର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ଯାଉଥିବାବେଳେ ଏବେ ବନ କର୍ମଚାରୀ ଗାଁ ଭିତରେ ଜଗିରହୁଛନ୍ତି, ଯୋଉଁଥିପାଇଁ ହାତୀପଲ ସନ୍ଧ୍ୟାହେଲେ ପାଖ ଜଙ୍ଗଲରୁ ବାହାରି ଧାନକ୍ଷେତରେ ପଶି ଦଳିଚକଟି ଫସଲ ନଷ୍ଟ କରୁଛନ୍ତି।

ଅନ୍ୟପଟେ ସନ୍ଧ୍ୟା ହେବାକ୍ଷଣି ଲୋକେ ଘରୁ ବାହାରିବା ପାଇଁ ଲୋକେ ଭୟ କରୁଛନ୍ତି। ଏ ସମ୍ପର୍କରେ ବେତନଟୀ ରେଞ୍ଜର ଅନୱାର ଖାନ କହିଛନ୍ତି, ହାତୀ ଉପଦ୍ରବ ବାବଦରେ ଖବର ଅଛି। ହେଲେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ସବୁ ବନ୍ଦୋବସ୍ତ କରାଯାଉଛି ବୋଲି ସେ କହିଛନ୍ତି। ଅନ୍ୟପଟେ ହାତୀ ଘଉଡ଼ାଇବାକୁ ତାଙ୍କୁ ଅନୁମତି ନାହିଁ, ବନକର୍ମଚାରୀ କେବଳ କେମିତି ଲୋକଙ୍କ ଜୀବନହାନୀ ନହେବ କେବଳ ସେଥିପ୍ରତି ଧ୍ୟାନ ଦେଉଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button