ଖେଳ

ଏସିଆ କପ୍‌: ରୋହିତ ଓ ଗିଲ୍‌ଙ୍କ ଅର୍ଦ୍ଧଶତକ; ନେପାଳକୁ ହରାଇ ସୁପର ୪ରେ ଭାରତ – Ibnodisha

[ad_1]

ନୂଆଦିଲ୍ଲୀ: ଚଳିତ ଏସିଆ କପ୍‌ର ଗ୍ରୁପ୍ ଏ’ର ଅନ୍ତିମ ମ୍ୟାଚ୍‌ରେ ଭାରତ ସହଜ ବିଜୟ ସହ ସୁପର ଫୋର୍‌ରେ ପ୍ରବେଶ କରିଛି । କାଣ୍ଡିର ପାଲିକେଲ ଷ୍ଟାଡ଼ିୟମରେ ସୋମବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତ ୧୦ ୱିକେଟ୍‌ରେ ନେପାଳକୁ ପରାସ୍ତ କରିଛି । ଏହି ବିଜୟ ସତ୍ୱେ ଭାରତ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ଭାରତ ରହିଛି । ପାକିସ୍ତାନ ପ୍ରଥମ ସ୍ଥାନରେ ରହିଛି ।

ଭାରତ ଓ ନେପାଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ ବାରମ୍ବାର ବର୍ଷା ବାଧାପ୍ରାପ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ ପାଇ ନେପାଳ ୪୮.୨ ଓଭରରେ ୨୩୦ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ପରେ ଲଗାତାର ବର୍ଷା ବାଧା ଦେବାରୁ ଡିଏଲ୍‌ରେ ଭାରତକୁ ବିଜୟ ପାଇଁ ୨୩ ଓଭରରେ ୧୪୫ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଯାହାର ପିଛା କରି ଭାରତୀୟ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ ଧୈର୍ଯ୍ୟର ସହ ବ୍ୟାଟିଂ କରି ୨୦.୧ ଓଭରରେ ବିନା ୱିକେଟ୍‌ରେ ୧୪୭ ରନ୍ କରି ଦଳକୁ ବଡ ବିଜୟ ଦେଇଥିଲେ । ରୋହିତ ୫୯ଟି ବଲରୁ ୬ ଚୌକା ଓ ୫ ଛକା ସହାୟତାରେ ୭୪ ଏବଂ ଗିଲ ୬୨ ବଲରୁ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୬୭ ରନ୍ କରି ଅପରାଜିତ ରହିଥିଲେ । ନେପାଳ ୭ଜଣ ବୋଲରଙ୍କୁ ବ୍ୟବହାର କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲା । ନେପାଳ ବୋଲର କରଣ କେସି ପ୍ରଥମ ଓଭରରେ ରାହିତଙ୍କୁ ସମ୍ପୂର୍ଣ୍ଣ ଚାପରେ ରଖିଥିଲେ । ରୋହିତ ଏହି ଓଭରରୁ ରନ୍ କରିବାକୁ ସକ୍ଷମ ହୋଇନଥିଲେ । କିନ୍ତୁ ଦ୍ୱିତୀୟ ଓଭରରେ ଗିଲ ତିନିଟି ଚୌକା ମାରି ଭାରତର ରନ୍ ବଢ଼ାଇଥିଲେ । ଏହାପରେ ବର୍ଷା ଲାଗି ରହିବାରୁ ଡିଏଲ୍‌ର ସହାୟତା ନିଆଯାଇଥିଲା ।

ପ୍ରଥମେ ବ୍ୟାଟିଂର ଆମନ୍ତ୍ରଶ ପାଇଁ ନେପାଳ ପକ୍ଷରୁ କୁଶଲ ଭୁର୍ତେଲ ଓ ୱିକେଟ୍ କିପର ଆସିଫ୍ ଶେଖ୍ ଇନିଂସ୍ ଓପନ୍ କରିଥିଲେ । କୁଶଲ ଦ୍ରୁତ ରନ୍ ସଂଗ୍ରହ କରିବାକୁ ପ୍ରୟାସ କରିଥିବା ବେଳେ ଆସିଫ୍ ରକ୍ଷଣାତ୍ମକ ବ୍ୟାଟିଂ କରିଥିଲେ । ପ୍ରଥମ ୧୦ ଓଭରରେ ଏହି ଯୋଡି ଭାରତୀୟ ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ । ୬.୫ ଓଭରରେ ଏମାନେ ୬୫ ରନ୍ କରିଥିବା ବେଳେ କୁଶଲ ୨୫ ବଲରୁ ୩୮ ରନ୍ କରି ଆଉଟ୍ ହୋଇଥିଲେ । ଏହିଠାରେ ଭାରତୀୟ ବୋଲର ନେପାଳ ବ୍ୟାଟ୍ସମ୍ୟାନଙ୍କୁ ଚାପରେ ରଖିଥିଲେ । ଜାଡେଜା ଲଗାତାର ତିନି ୱିକେଟ୍ ନେବାଦ୍ୱାରା ୧୦୧ ରନ୍‌ରେ ନେପାଳ ୪ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା । ୩୦ ଓଭରରେ ନେପାଳ ସ୍କୋର ୧୩୨ ରହିଥିବା ବେଳେ ଆସିଫ୍ ୫୮ ରନ୍ କରି ଆଉଟ୍ ହୋଇଥିଲେ । ପରେ ଗୁଲଶନ୍ ଝା ୨୩, ଦିପେନ୍ଦ୍ର ସିଂ ୨୯ ଓ ଅଲରାଉଣ୍ଡର ସୋମପାଲ କମି ୪୮ ରନ୍ କରି ଦଳୀୟ ସ୍କୋରକୁ ୨୩୦ ରନ୍‌ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଜାଡେଜାଙ୍କ ବ୍ୟତୀତ ମହମ୍ମଦ ସିରାଜ ୩ଟି, ମହମ୍ମଦ ଶାମି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button