ଦେଶ

ପୋଲ ତଳକୁ ଖସି ଜୁଇରେ ଜଳିଗଲେ ସ୍ୱାମୀ – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋପାଳଗଞ୍ଜ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀ ପାଇଁ ଔଷଧ ନେଇ ଫେରୁଥିବା ବେଳେ ପୋଲ ତଳକୁ ଖସି ଜୁଇରେ ପଡ଼ି ସ୍ୱାମୀ ଜଳିଯାଇଥିବା ଜଣାପଡ଼ିଛି । ମୃତକ ଜଣକ ହେଉଛନ୍ତି ଲାଲବେଗୀ ଗ୍ରାମର ନିବାସୀ ମହେନ୍ଦ୍ର ପ୍ରସାଦଙ୍କ ପୁଅ ଓକିଲ ପ୍ରସାଦ(୬୦) । ଏହି ଦୁଃଖଦ ଓ ଲୋମଟାଙ୍କୁରା ଘଟଣା କୁଚାୟକୋଟ ପୁଲିସ ଷ୍ଟେସନ ଅଞ୍ଚଳର ସାସାମୁସାସ୍ଥିତ ପୋଲ ନମ୍ବର ୧୦ ନିକଟରେ ଘଟିଛି । ଏହି ପୋଲ ଦେଇ ମାମୁଁ ଓ ଭଣଜା ଗୋଟିଏ ବାଇକରେ ଯାଉଥିଲେ । ଏତିକି ବେଳେ ପୋଲ ଉପରେ ସେମାନଙ୍କ ବାଇକ ଏକ ବଡ଼ ଖାଲରେ ପଡ଼ିଯାଇଥିଲା । ଏହି ଦୁର୍ଘଟଣାରେ ମାମୁଁ ନିୟନ୍ତ୍ରଣ ହରାଇ ପୋଲ ତଳକୁ ଖସି ପଡ଼ିଥିବା ବେଳେ ଭଣଜା ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ । ତେବେ ଦୁର୍ଘଟଣା ଘଟିଥିବା ପୋଲ ତଳଟି ହେଉଛି ଶ୍ମଶାନ ।

ସେଠାରେ ପ୍ରତିଦିନ ଦୁଇ, ତିନିଟି ଶବଦାହ ହୋଇଥାଏ । ଦୁର୍ଘଟଣା ଘଟିବା ସମୟରେ ଉକ୍ତସ୍ଥାନରେ ଏକ ଶବକୁ ଦାହ କରି ଲୋକ ଚାଲି ଯାଇଥିବା ବେଳେ ଆଉ କିଛି ଜୁଇ ରହି ଯାଇଥିଲା । ଦୁର୍ଘଟଣାର ଶିକାର ହେବାପରେ ମାମୁଁ ପୋଲରୁ ତଳକୁ ଖସି ଏହି ଜୁଇରେ ପଡ଼ି ଯାଇଥିଲେ । ଘଟଣାସ୍ଥଳରେ କେହି ନଥିବାରୁ ଅଧାରୁ ଅଧିକ ଜଳି ଯିବାରୁ ବୃଦ୍ଧଙ୍କ ମୃତଭତ୍କ ହୋଇଯାଇଥିଲା । କିଛି ସମୟ ପରେ ଏହି ଘଟଣା ବିଷୟରେ ଖବର ପାଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିରୁ ଜୁଇରୁ ବୃଦ୍ଧଙ୍କ ମୃତଦେହ ଜବତ କରି ଗୋପାଳଗଡ ସାଦର ଡାକ୍ତରଖାନାକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେବା ସହିତ ଗୁରୁତର ଭଣଜାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button