ଦେଶ

ଜଣେ ଛୋଟ ନେତାଙ୍କ ବୟାନ ସମୁଦାୟ ମେଣ୍ଟର ଆଭିମୁଖ୍ୟ ନୁହେଁ : ଆପ୍ ନେତା ରାଘବ ଚଢା – Ibnodisha

[ad_1]

ନୂଆଦିଲ୍ଲୀ: ସନାତନ ଧର୍ମ କୁ ନେଇ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଦେଇଥିବା ମନ୍ତବ୍ୟକୁ ଆମ୍ ଆଦମୀ ପାର୍ଟି (ଆପ୍) ନେତା ରାଘବ ଚଢ଼ା ନିନ୍ଦା କରିଛନ୍ତି। ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ କୌଣସି ଦଳର କୌଣସି ଛୋଟ ନେତାଙ୍କ ବୟାନକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଆନୁଷ୍ଠାନିକ ଆଭିମୁଖ୍ୟ ଭାବେ ବିବେଚନା କରାଯାଇପାରିବ ନାହିଁ।

ମଙ୍ଗଳବାର ଏକ ସାକ୍ଷାତକାରରେ ରାଘବ ଚଢ଼ା କହିଛନ୍ତି, ମୁଁ ସନାତନ ଧର୍ମର। ଏଭଳି ବୟାନକୁ ମୁଁ ନିନ୍ଦା ଓ ବିରୋଧ କରୁଛି। ଏଭଳି ବୟାନ ଦେବା ଉଚିତ ନୁହେଁ। ଧର୍ମ କୁ ନେଇ ଏଭଳି ମନ୍ତବ୍ୟ ଦେବାରୁ ଦୂରେଇ ରହିବା ଉଚିତ୍ । ଆମେ ସବୁ ଧର୍ମକୁ ସମ୍ମାନ ଦେବା ଉଚିତ।

ଏହାକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ‘ଇଣ୍ଡିଆ’ ମେଣ୍ଟକୁ ଟାର୍ଗେଟ କରୁଛି। ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସନାତନ ଧର୍ମକୁ ଟାର୍ଗେଟ କରିବା ପାଇଁ ବିରୋଧୀ ମେଣ୍ଟ ଏକ ଲୁକ୍କାୟିତ ଏଜେଣ୍ଡା ଆପଣାଇଛି ବୋଲି ବିଜେପି ମଙ୍ଗଳବାର ଅଭିଯୋଗ କରିଛି।

ଏହାର ଜବାବରେ ଆପ୍ ନେତା କହିଛନ୍ତି, କୌଣସି ଏକ ଦଳର ନେତା ଏଭଳି ମନ୍ତବ୍ୟ ଦିଅନ୍ତି, ଏହାର ଅର୍ଥ ନୁହେଁ ଯେ ଏହା ସମୁଦାୟ ମେଣ୍ଟର ବିବୃତ୍ତି। ମୁଦ୍ରାସ୍ଫୀତି, ବେରୋଜଗାରୀ ଭଳି ବଡ଼ ବଡ଼ ପ୍ରସଙ୍ଗକୁ ଦେଶ ସମ୍ମୁଖରେ ଉଠାଇବା ପାଇଁ ଏହି ମେଣ୍ଟ ଗଠନ କରାଯାଇଛି। ଗୋଟିଏ ରାଜ୍ୟର ଜଣେ ଛୋଟ ନେତାଙ୍କ ବୟାନ ମେଣ୍ଟର ଆନୁଷ୍ଠାନିକ ଆଭିମୁଖ୍ୟ ନୁହେଁ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button