ଦେଶ

ଖଲିସ୍ତାନୀ ଆତଙ୍କବାଦୀ-ଗ୍ୟାଙ୍ଗ୍‌ଷ୍ଟର ସମ୍ପର୍କ : ଏନ୍‌ଆଇଏ ଚଢ଼ଉ ଜାରି – Ibnodisha

[ad_1]

ନୂଆଦିଲ୍ଲୀ : ଖଲିସ୍ତାନ ଆତଙ୍କବାଦୀ ଓ ଗ୍ୟାଙ୍ଗ୍‌ଷ୍ଟର ମଧ୍ୟରେ ସମ୍ପର୍କକୁ କେନ୍ଦ୍ର କରି ଆଜି କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ ‌ସମେତ ପଞ୍ଜାବ, ମଧ୍ୟପ୍ରଦେଶ, ହରିୟାଣା ଓ ରାଜସ୍ଥାନର ୩୦ଟି ସ୍ଥାନରେ ନ୍ୟାସନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି ଏକକାଳୀନ ଚଢ଼ଉ କରିଛି। ଆଜି ସକାଳୁ ଏହି ଚଢ଼ଉ ଆରମ୍ଭ ହୋଇଛି। ଧରାପଡ଼ିଥିବା କେତେକ ଗ୍ୟାଙ୍ଗ୍‌ଷ୍ଟର ଓ ଖଲିସ୍ତାନୀ ଆତଙ୍କବାଦୀ ବିଶେଷତଃ ସୁଖଚୈନ୍‌ ସିଂହଙ୍କୁ ପଚରାଉଚରା ସମୟରେ ମିଳିଥିବା ତଥ୍ୟ ଆଧାରରେ ଏହି ଚଢ଼ଉ କରାଯାଇଛି। ପଞ୍ଜାବର ମୋଗା ଜିଲ୍ଲା ବିଳାସପୁରର ରବୀନ୍ଦ୍ର ସିଂହ ଙ୍କ ଘରେ ହୋଇଥିବା ଚଢ଼ଉରେ ଏନ୍‌ଆଇଏ ଟିମ୍‌କୁ ସ୍ଥାନୀୟ ପୁଲିସ ସହଯୋଗ କରିଥିଲା। ରବୀନ୍ଦ୍ରଙ୍କୁ ଏନ୍‌ଆଇଏ ଟିମ୍‌ ଦୀର୍ଘ ତିନିଘଣ୍ଟା ଜେରା କରିଛି।ଚୁଗୱାନ୍‌ ଗାଁର ରାମ ସିଂହ ଙ୍କ ଘରେ ଚଢ଼ଉ କରାଯାଇଥିଲା। ଡ୍ରଗ୍ସ କାରବାର ମାମଲାରେ ରାମ ସିଂହ ଦୁଇ ବର୍ଷ ଜେଲ୍‌ଦଣ୍ଡ ଦଣ୍ଡିତ ହୋଇଥିଲେ ଓ ବର୍ତ୍ତମାନ ଜାମିନରେ ଆସିଛନ୍ତି। ତେବେ ଚଢ଼ଉ ପୂର୍ବରୁ ରାମ ସିଂହ ଫେରାର୍‌ ହୋଇଯାଇଥିଲେ। ସେହିଭଳି ପଞ୍ଜାବର ଫରିଦକୋଟର ବ୍ୟବସାୟୀ ତଥା ଅଟାକଳ ମାଲିକ ନରେଶ କୁମାରଙ୍କ ଘରେ ଓ ଦୋକାନରେ ଚଢ଼ଉ କରାଯାଇଥିଲା। ଫିରୋଜପୁର କାଣ୍ଟ୍‌ର ଘୁମାର ମଣ୍ଡି ଠାରେ ଜଣେ ବ୍ୟକ୍ତିଙ୍କ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ଏହି ବ୍ୟକ୍ତିଜଣ ନିୟମିତ ଭାବେ ପାକିସ୍ତାନ ଓ ବିଦେଶର ଏକାଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଫୋନ୍‌ରେ ଯୋଗାଯୋଗ କରୁଥିଲେ ବୋଲି ଏନ୍‌ଆଇଏ ସୂତ୍ରରୁ ଜଣାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button