ଦେଶ

ବିଜେପିର ଷ୍ଟାର ପ୍ରଚାରକ ତାଲିକାରୁ ହଟିଲେ ଶିନ୍ଦେ, ଅଜିତ୍ ପୱାର – Ibnodisha

[ad_1]

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରୁ ଆଶ୍ଚର୍ଯ୍ୟଜନକ ଭାବେ ମୁଖ୍ୟମନ୍ତ୍ରୀ ତଥା ଶିନ୍ଦେ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେ ଏବଂ ଏନ୍‌ସିପି ମୁଖ୍ୟ ଅଜିତ୍ ପୱାରଙ୍କୁ ହଟାଇଦେଇଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ବିଜେପି ପକ୍ଷରୁ ଏପ୍ରକାର କରାଯାଇଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ନିର୍ବାଚନ ଆୟୋଗ, ବିଜେପିକୁ ଏକ ଚିଠି ଲେଖି ଏନ୍‌ଡିଏ ମେଣ୍ଟର ସହଯୋଗୀ ରାଜନୈତିକ ଦଳର ନେତାମାନଙ୍କ ନାମକୁ ବିଜେପି ନିଜ ଷ୍ଟାର ପ୍ରଚାରକ ତାଲିକାରେ ଉଲ୍ଲେଖ କରିପାରିବେନି ବୋଲି ସ୍ପଷ୍ଟ କରିଥିଲେ । ଫଳରେ ବିଜେପି ପକ୍ଷରୁ ଏହି ଦୁଇଜଣଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ୍ ଦେବାକୁ ବିଜେପି ବାଧ୍ୟ ହୋଇଛି । ଅନ୍ୟପକ୍ଷେ ବିଜେପିକୁ ଆଜି ପୁଣି ସଂଶୋଧିତ ଷ୍ଟାର ପ୍ରଚାରକ ତାଲିକାକୁ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଦାଖଲ କରିବାକୁ ପଡ଼ିଛି ।

ସୂଚନାଯୋଗ୍ୟ, ଶରଦ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ପକ୍ଷରୁ ଶିନ୍ଦେ, ଅଜିତ୍ ପୱାର ଏବଂ ରାମଦାସ ଅଠାୱେଲ୍‌ଙ୍କୁ ବିଜେପି ନିଜ ଷ୍ଟାର କ୍ୟାମ୍ପେନର (ପ୍ରଚାରକ) ତାଲିକାରେ ସାମିଲ କରିଥିବା ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ବିଜେପି କିପରି ଅନ୍ୟ ଦଳର ନେତାମାନଙ୍କୁ ନିଜ ଷ୍ଟାର ପ୍ରଚାରକ ଭାବେ ତାଲିକାଭୁକ୍ତ କରିଛି ସେନେଇ ଶରଦ ପୱାରଙ୍କ ଗୋଷ୍ଠୀ ପ୍ରଶ୍ନ କରିଥିଲା । ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀ ଏବଂ ଅଜିତ୍ ପୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ପକ୍ଷରୁ ମଧ୍ୟ ନିଜ ନିଜ ଷ୍ଟାର କ୍ୟାମ୍ପେନର ତାଲିକାରେ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ନିଜ ଷ୍ଟାର କ୍ୟାମ୍ପେନର ଭାବେ ଦର୍ଶାଇଥିଲେ । ଏବେ କିନ୍ତୁ ନିର୍ବାଚନ ଆୟୋଗଙ୍କ ଚିଠି ମିଳିବା ପରେ ସବୁ ରାଜନୈତିକ ଦଳ ଏବେ ନିଜ ଷ୍ଟାର ପ୍ରଚାରକ ତାଲିକାକୁ ସଂଶୋଧନ କରିବାରେ ଲାଗିପଡ଼ିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button