ରାଜ୍ୟ

ଆଜିଠୁ ଓଡ଼ିଆ ବିଶ୍ବବିଦ୍ୟାଳୟରେ ନାମଲେଖା – Ibnodisha

[ad_1]

ଭୁବନେଶ୍ବର : ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ବବିଦ୍ୟାଳୟର ୩ଟି ବିଭାଗ ପାଇଁ ସୋମବାର ଏବଂ ମଙ୍ଗଳବାର ନାମଲେଖା ହେବ। ନାମଲେଖା ନିମନ୍ତେ କଟ୍‌-ଅଫ୍‌ ନମ୍ବର ପ୍ରକାଶ ପାଇସାରିଛି। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଦୁଇଦିନ ମଧ୍ୟରେ ନାମ ଲେଖାଇ ପାରିବେ। ଏହି ନାମଲେଖା ପ୍ରକ୍ରିୟା ସାକ୍ଷିଗୋପାଳସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି (ଡିଗ୍ରୀ) ମହାବିଦ୍ୟାଳୟରେ ଚାଲିବ। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ବିଶ୍ବବିଦ୍ୟାଳୟରେ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା ରହିଛି।

୩ଟି ବିଭାଗରେ ୨୪ଟି ଲେଖାଏଁ ଆସନରେ ନାମଲେଖା ହେବ। ଓଡ଼ିଆ ଭାଷା ଓ ସାହିତ୍ୟ, ଭାଷା ବିଜ୍ଞାନ ଓ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ, ଆଦିବାସୀ ଭାଷା ଏବଂ ଐତିହ୍ୟ ଆଦି ୩ଟି ବିଭାଗରେ ୨୪ଟି ଲେଖାଏଁ ଆସନ ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button