ରାଜ୍ୟ
ଶୀତଦିନେ ଥଣ୍ଡାସର୍ଦ୍ଦିରେ ପୀଡ଼ିତ ଥିଲେ ପିଅନ୍ତୁ ରସୁଣ ଚା’, ମିଳିବ ଅନେକ ଫାଇଦା

ଶୀତଦିନେ ଥଣ୍ଡା ଜ୍ୱର ହେବା ଏକ ସାଧାରଣ କଥା। ଏହି ଋତୁରେ ଫ୍ଲୁ ହେବା ଆଶଙ୍କା ଅଧିକ ରହିଥାଏ। ଏଥିରୁ ବର୍ତ୍ତିବାକୁ ଚାହୁଁଥିଲେ ରସୁଣ ହେଉଛି ସବୁଠାରୁ ଭଲ ମାଧ୍ୟମ। ରସୁଣ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ଥଣ୍ଡାକୁ ମଧ୍ୟ ମୂଳରୁ ମାତ୍ ଦେଇଥାଏ। ରସୁଣ ଶରୀରକୁ ଉର୍ଜା ଯୋଗାଇଥାଏ। ରସୁଣରେ ଆଣ୍ଟି ଅକ୍ସିଡେଣ୍ଟ ଓ ଆଣ୍ଟି ବାୟୋଟିକ୍ ପ୍ରଚୁର ମାତ୍ରାରେ ରହିଥାଏ। ଶୀତଦିନେ ଥଣ୍ଡାସର୍ଦ୍ଦିକୁ ଭଲ କରିବାକୁ ଆପଣ ରସୁଣ ଚା’ କରି ମଧ୍ୟ ପିଇପାରିବେ।
ରସୁଣ ଚା’ ପ୍ରସ୍ତୁତି ବିଧି:
ରସୁଣ ଚା’ ବନାଇବା ଖୁବ୍ ସହଜ। ପ୍ରଥମେ ଏକ ଗ୍ଲାସ୍ ପାଣି ନେଇ ସେଥିରେ ଏକ କୋଲା ରସୁଣ, ଛୋଟ କଟା ଅଦା ପକାଇ ଭଲ ଭାବେ ଫୁଟାନ୍ତୁ। ୧୦-୧୫ ମିନିଟ୍ ପାଣି ଫୁଟିଯିବା ପରେ ସେଥିରେ ଲେମ୍ବରୁ ରସ ଓ ମହୁ ପକାଇ ପିଅନ୍ତୁ। ଏହା ଦ୍ୱାରା ଶରୀରକୁ ଅନେଇ ଫାଇଦା ମିଳିଥାଏ।

ରସୁଣ ଚା’ ପିଇବାର ଫାଇଦା:
- ରସୁଣ ଚା’ ଓଜନ କମାଇବାରେ ସାହାଯ୍ୟ କରେ।
- ପାଚନକ୍ରିୟାକୁ ତ୍ୱରାନ୍ଵିତ କରିବାରେ ମଧ୍ୟ ରସୁଣ ଚା’ ସାହାଯ୍ୟ କରେ।
- ଥଣ୍ଡା, କାଶ, ସର୍ଦ୍ଦି ଯୋଗୁ ପୀଡ଼ିତ ଥିଲେ ଦିନକୁ ଦୁଇ ଥର ରସୁଣ ଚା’ପିଅନ୍ତୁ। ଆରାମ ଲାଗିବ।
- ହୃଦ୍ରୋଗୀଙ୍କ ପାଇଁ ଏହି ଚା’ରାମବାଣ ସଦୃଶ କାମ କରିଥାଏ।
- ଶରୀରର ରକ୍ତ ଚାପକୁ ନିୟନ୍ତ୍ରଣ କରିବାକୁ ରସୁଣ ଚା’ପିଅନ୍ତୁ।




