ରାଜ୍ୟ

ବଦଳିଛି ନାରୀର ସଂଜ୍ଞା, ଦୃଢ଼ ଇଛା ଶକ୍ତି ବଳରେ ମାଉଣ୍ଟ ଏଲବ୍ରସ ଶୃଙ୍ଗ ଆରୋହଣ କରିବେ ବିଭାରାଣୀ

ଭୁବନେଶ୍ୱର: ସମୟ ବଦଳିଛି ଆଉ ତା ସହ ବଦଳିଛି ନାରୀର ସଂଜ୍ଞା । ଏବେ ନାରୀ ଦୁର୍ବଳା କି ଅବଳା ନୁହେଁ । ଯଦି ନିଜର ଇଚ୍ଛା ଶକ୍ତି ଦୃଢ଼ ଥାଏ ତେବେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ । ଆଉ ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅନ୍ତର୍ଜାତୀୟ ପର୍ବତାରୋହୀ ଓଡିଆ ଝିଅ ବିଭାରାଣୀ ପାତ୍ର ।

ଝିଅମାନେ କାହାଠୁ ବି କମ୍‌ ନୁହଁନ୍ତି ଏହା ପ୍ରମାଣ କରି ଦେଖାଇଛନ୍ତି ବିଭାରାଣୀ । ଅନ୍ତର୍ଜାତୀୟ ପର୍ବତାରୋହୀ ଓଡିଆ ଝିଅ ବିଭାରାଣୀ ପାତ୍ର ଆସନ୍ତା ଅଗଷ୍ଟ ୬ ତାରିଖରେ ରୁଷିଆ ଓ ୟୁରୋପର ୫୬୪୨ ମିଟର ଉଚ୍ଚରେ ଅବସ୍ଥିତ ମାଉଣ୍ଟ ଏଲବ୍ରସ ଶୃଙ୍ଗ ଆରୋହଣ ପାଇଁ ଯାଉଛନ୍ତି ବିଭାରାଣୀ । ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି । ଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଭେଟିଛନ୍ତି । ଏହା ପୂର୍ବରୁ ନିଜର ନିଷ୍ଠା ଓ ଅଧ୍ୟବ୍ୟସାୟ ବଳରେ ଦେଶ ଓ ବିଦେଶର ଅନେକ ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରି ବିଭାରାଣୀ ଓଡିଶାକୁ ଗୌରବାନ୍ବିତ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button