IBN ଓଡ଼ିଶା ବ୍ୟୁରୋ

ଜାଣନ୍ତୁ କଞ୍ଚା ଅଣ୍ଡାର ଚମତ୍କାରୀ ଫାଇଦା

ଅଣ୍ଡାକୁ କଞ୍ଚା ଖାଇଲେ ଏଥିରେ ଥିବା ଭିଟାମିନ୍‌, ଓମେଗା ୩, ଜିଙ୍କ୍‌, ପ୍ରୋଟିନ୍‌ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ନଷ୍ଟ ହୋଇ ନ ଥାଏ। ଯାହାକି ଅଣ୍ଡା ସିଝାଇ ଖାଇଲେ ନଷ୍ଟ ହୋଇଯାଇଥାଏ। କିନ୍ତୁ କଞ୍ଚା ଅଣ୍ଡା ଆପଣଙ୍କୁ ସ୍ୱାଦିଷ୍ଟ ଲାଗିବ ନାହିଁ।

କଞ୍ଚା ଅଣ୍ଡାରେ ଭିଟାମିନ୍‌ ଭରପୂର ମାତ୍ରାରେ ଥାଏ। ବିଶେଷକରି ଭିଟାମିନ୍‌ ବି-୧୨ ଏଥିରେ ମହଜୁଦ୍‌ ରହିଥାଏ। କଞ୍ଚା ଅଣ୍ଡା ଖାଇଲେ ଏନିମିଆ ସମସ୍ୟା ଦୂର ହୋଇଯାଇଥାଏ। ଆଉ ଏଥିରେ ମସ୍ତିଷ୍କ ମଧ୍ୟ ତୀକ୍ଷ୍‌ଣ ହୋଇଥାଏ।

egg4

ଅଣ୍ଡାର ହଳଦିଆ ଅଂଶରେ ବାୟୋଟିନ୍‌ ରହିଥାଏ, ଯାହାକି କେଶ ଏବଂ ତ୍ୱଚାକୁ ମଜଭୁତ୍‌ କରିବାରେ ସାହାଯ୍ୟ କରିଥାଏ। ଅଣ୍ଡାର ହଳଦିଆ ଅଂଶ କେଶରେ ଲଗାଇଲେ କେଶ କୋମଳ ଏବଂ ମୁଲାୟମ ରହିଥାଏ।

ଅଣ୍ଡାରେ ଆଣ୍ଟି-ଅକ୍ସିଡେଣ୍ଟ୍‌ ଭରପୂର ମାତ୍ରାରେ ଥାଏ। ଏହାସହ ଶରୀର ପାଇଁ ଆବଶ୍ୟକ ଅମିନୋ ଏସିଡ୍‌ ମଧ୍ୟ ଏଥିରୁ ମିଳିଥାଏ। ଯଦି ଆପଣଙ୍କ ଘରେ କେହି ବୃଦ୍ଧ ବ୍ୟକ୍ତି ଅଛନ୍ତି, ତା’ହେଲେ ତାଙ୍କୁ କଞ୍ଚା ଅଣ୍ଡା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ମାଂସପେଶୀକୁ ଶକ୍ତି ମିଳିଥାଏ।

egg5

କଞ୍ଚା ଅଣ୍ଡା, ସିଝା ଅଣ୍ଡା ତୁଳନାରେ କମ୍‌ ସଂକ୍ରମିତ ହୋଇଥାଏ। ସିଝାଇବା ସମୟରେ ଅଣ୍ଡାରେ ମହଜୁଦ୍‌ ଥିବା ପ୍ରୋଟିନ୍‌ର ମୂଳ ସଂରଚନା ବଦଳିଯାଇଥାଏ, ଯଦ୍ଦ୍ଵାରା ସଂକ୍ରମଣର ଆଶଙ୍କା ଆହୁରି ବଢ଼ିଯାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button