IBN ଓଡ଼ିଶା ବ୍ୟୁରୋ

ଏହିସବୁ ଉପାୟରେ ଦୂର କରନ୍ତୁ ଅଶୁଭ ଗ୍ରହର ପ୍ରଭାବ, ବଦଳଯିବ ଆପଣଙ୍କ ଭାଗ୍ୟ

କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀ ତା’ର ଜୀବନ ବିଷୟରେ ଅନେକ କିଛି ତଥ୍ୟ ଦେଇଥାଏ। ଅଶୁଭ ଗ୍ରହ ଯୋଗୁଁ ଅନେକଙ୍କ ଜୀବନରେ ଖରାପ ପ୍ରଭାବ ପଡିଥାଏ। ଯଦି ଆପଣଙ୍କ ଉପରେ ଗ୍ରହର ଅଶୁଭ ପ୍ରଭାବ ପଡିଥାଏ ତେବେ ଜୀବନରେ ସବୁ କାମ ଅଶୁଭ ହୋଇଥାଏ। ଏମିତି କିଛି ଉପାୟ ରହିଛି, ଯାହା ସାହାଯ୍ୟରେ ଆପଣ ନିଜ କୁଣ୍ଡଳୀରେ ଥିବା ଅଶୁଭ ଗ୍ରହଙ୍କ ଖରାପ ପ୍ରଭାବକୁ ଦୂର କରିପାରିବେ।

aaa

ଆପଣଙ୍କ କୁଣ୍ଡଳୀରେ ଚନ୍ଦ୍ରମା ଦୁର୍ବଳ ହେଲେ ମାନସିକ ଚିନ୍ତା ଏବଂ ହୃଦ ସମ୍ବନ୍ଧୀୟ ରୋଗ ଦେଖାଦିଏ। ଚନ୍ଦ୍ରମାର ଅଶୁଭ ପ୍ରଭାବ ଯୋଗୁଁ ବ୍ୟକ୍ତି ମାନସିକ ରୂପେ ବହୁତ ଦୁର୍ବଳ ହୋଇପଡେ। ଚନ୍ଦ୍ରମାଙ୍କ ଅଶୁଭ ପ୍ରଭାବକୁ ଦୂର କରିବା ପାଇଁ ପ୍ରତି ସୋମବାର ଶିବଙ୍କ ଜଳାଭିଷେକ କରନ୍ତୁ ଏବଂ ଓଁ ଶ୍ରୀ ଶ୍ରୀ ଶ୍ରୀ ସଃ ଚନ୍ଦ୍ରମସେ ନମଃ ମନ୍ତ୍ର ଜାପ କରନ୍ତୁ।

ଯଦି ଆପଣଙ୍କ ଭାଗ୍ୟରେ ମଙ୍ଗଳ ଦୋଷ ରହିଥାଏ ତେବେ ବ୍ୟକ୍ତି ମାନସିକ ରୂପେ ବହୁତ ଚିନ୍ତାରେ ରୁହେ। ଏଥିରୁ ନିଜକୁ ରକ୍ଷା କରିବା ପାଇଁ ଆପଣ ହନୁମାନଙ୍କ ଉପାସନା କରିବା ସହ ସୁନ୍ଦରକାଣ୍ଡ ପାଠ କରନ୍ତୁ।

hanuman

ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ଦୁର୍ବଳ ହେଲେ ମାନ ସମ୍ମାନ ହାନି ହୋଇଥାଏ। ଏପରି ସ୍ଥିତିରେ ରକ୍ଷା ପାଇବାକୁ ହେଲେ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏବଂ ଓଁ ସୂର୍ଯ୍ୟାୟଃ ନମଃ ଜପ କରନ୍ତୁ।

କୁଣ୍ଡଳୀରେ ଶୁକ୍ରଙ୍କ ଖରାପ ପ୍ରଭାବ ପଡିଲେ ବୈବାହିକ ଜୀବନରେ ଜଟିଳତା ଦେଖାଦିଏ। ଏଥିପାଇଁ ଶୁକ୍ରବାର ଦିନ ଚାଉଳ ଦାନ କରିବା ସହ ମା ଲକ୍ଷ୍ମୀଙ୍କ ପୂଜା କରନ୍ତୁ।

laxmi

କୁଣ୍ଡଳୀରେ ଶନିଙ୍କ ଖରାପ ପ୍ରଭାବ ପଡିଲେ ସମସ୍ତ କାର୍ଯ୍ୟ ଠପ୍‌ ହୋଇଯାଏ। କୌଣସି କାମରେ ସଫଳତା ମିଳିନଥାଏ। ଏଥିପାଇଁ ଆପଣ ଶନିବାର ଦିନ ଅଶ୍ୱତ୍ଥ ଗଛରେ ଜଳ ଅର୍ପଣ କରିବା ସହ ଗଛ ତଳେ ସୋରିଷ ତେଲରେ ଦୀପ ଜଳାନ୍ତୁ। ସମସ୍ୟାରୁ ମୁକ୍ତି ମିଳିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button