ମନୋରଞ୍ଜନ

ଆପଣଙ୍କ ଗାଲ ଭିତରକୁ ପଶିଯାଇଛି କି? ଏହାକୁ ଗୋଲମୋଟଲ କରିବା ପାଇଁ ଲଗାନ୍ତୁ ମେଥି ଦାନା ପେଷ୍ଟ, ଜାଣି ରଖନ୍ତୁ ଆଉ ୪ଟି ଟିପ୍ସ

ସବୁ ଯୁବତୀ ଏବଂ ମହିଳା ଚାହାଁନ୍ତି, ସମସ୍ତେ ସେମାନଙ୍କ ସୁନ୍ଦରତାର ପ୍ରଶଂସା କରନ୍ତୁ। ଏଥିପାଇଁ ସେମାନେ ବିଭିନ୍ନ ପ୍ରକାରର ବିଉଟି ଟିପ୍ସ ଆପଣାଇ ଥାଆନ୍ତି। ଏମିତିରେ ଯଦି ଆପଣଙ୍କ ଗାଲ ଭିତରକୁ ପଶିଯାଇଛି କିମ୍ବା ଅଧିକ ପତଳା ଦେଖାଯାଉଛି, ତା’ହେଲେ ଆଜି ଆମେ ଆପଣଙ୍କୁ କିଛି ସହଜ ଉପାୟ କହିବାକୁ ଯାଉଛୁ। ଯଦ୍ଦ୍ଵାରା ଆପଣ ଗାଲକୁ ମୋଟା କରିପାରିବେ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

c222

୧. ବାଦାମ କିମ୍ବା ସୋରିଷ ତେଲକୁ ଗାଲ ଉପରେ ମସାଜ କରନ୍ତୁ। ଏମିତି ଅତି କମ୍‌ରେ ୫ ମିନିଟ୍‌ ଯାଏ ଜାରି ରଖନ୍ତୁ। ଏହାସହ ଧୂମପାନ ଏବଂ ମଦଠାରୁ ଦୂରେଇ ରୁହନ୍ତୁ।

୨. ଗ୍ଲିସରିନ୍‌ ଏବଂ ଗୋଲାପ ଜଳକୁ ମିଶାଇ ଗାଲ ଉପରେ ୧୫-୨୦ ମିନିଟ୍‌ ଯାଏ ମସାଜ କରନ୍ତୁ। ଏଥିରୁ ଗାଲକୁ ପୋଷକ ତତ୍ତ୍ୱ ମିଳିବ ଏବଂ ଏହା ଠିକ୍‌ ଆକାରକୁ ଆସିଯିବ।

c22

୩. ମେଥି ଦାନାକୁ ରାତିରେ ପାଣିରେ ଭିଜାଇ ସକାଳୁ ଏହାର ପେଷ୍ଟ ବନାଇ ନିଅନ୍ତୁ। ଏହାପରେ ଏହାକୁ ମୁହଁରେ ଲଗାନ୍ତୁ। ଶୁଖିଯିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏଥିରେ ଥିବା ଅଣ୍ଟିଅକ୍ସିଡେଣ୍ଟ ଏବଂ ଭିଟାମିନ୍ସ ସ୍କିନ୍‌ର ଢିଲାପଣକୁ ଦୂର କରିଥାଏ।

୪. ପତଳା ଗାଲକୁ ଗୋଲମୋଟଲ କରିବା ପାଇଁ ଆଲୋଭେରା ଜେଲ୍‌ ଲଗାନ୍ତୁ। ଏହାକୁ ୨୦ ମିନିଟ୍‌ ଯାଏ ସମାଜ କରନ୍ତୁ। ପ୍ରତିଦିନ ଏମିତି କରିବା ଦ୍ୱାରା ଗାଲ ବାହାରି ଆସିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button