ମନୋରଞ୍ଜନ

ପରିବାର ଅଦାଲତରେ ଅନୁଭବ-ବର୍ଷା ହାଜର

କଟକସ୍ଥିତ ପରିବାର ଅଦାଲତରେ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଦୁହିଁ ଷ୍ଟାର ଯୋଡ଼ିଙ୍କ ମଧ୍ୟରେ ଲାଗି ରହିଥିବା ପାରିବାରିକ ମାମଲା ତଥା ଛାଡ଼ପତ୍ର ମାମଲାରେ ଆଜି ଉଭୟ କୋର୍ଟରେ ହାଜର ହୋଇଛନ୍ତି। ଶେଷଥର ପାଇଁ ଆଜି ବର୍ଷାଙ୍କ ବୟାନ ରେକର୍ଡ କରାଯିବ। ଆବେଦନର ଶୁଣାଣିରେ ବିଳମ୍ବ ହେଉଥିବା ନେଇ ନିକଟରେ ସାଂସଦ ତଥା ଅଭିନେତା ଅନୁଭବ ହାଇେକାର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ବର୍ଷା କୋର୍ଟରେ ହାଜର ହୋଇଛନ୍ତି।

ସୂଚନାଥାଉ କି, ପରିବାର କୋର୍ଟରେ ମାମଲାରୁ ଶୁଣାଣିରେ ଅହେତୁମ ବିଳମ୍ବ ହେଉଥିବା ନେଇ ଅଭିଯୋଗ କରିଥିଲେ ଅନୁଭବ। ଏ ନେଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣିରେ ବିଳମ୍ବ କରି କୋର୍ଟ ବର୍ଷାଙ୍କୁ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରିଥିଲେ ଅନୁଭବ। ମାମଲାର ବିଚାର କରି ୪ ସପ୍ତାହ ମଧ୍ୟରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣି ଅକ୍ଟୋବର ଶେଷ ସୁଦ୍ଧ ମାମଲାର ଫଇସଲା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏଥିସହିତ ଜୁଲାଇ ୩୧ ତାରିଖ ସୁଦ୍ଧା ବର୍ଷାଙ୍କ ବୟାନ ରେକର୍ଡ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଥାଉକି, ଅକ୍ଟୋବର ୧୩ ତାରିଖ ସୁଦ୍ଧା ମାମଲାର ଶୁଣାଣି ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button